www.samajalive.in
Wednesday, December 10, 2025
26.1 C
Bhubaneswar

ପରମାତ୍ମା ଶିବଙ୍କ ମାହାତ୍ମ୍ୟ

ପରମାତ୍ମା ଶିବଙ୍କୁ ଶାନ୍ତିର ସାଗର, ଆନନ୍ଦର ସାଗର, ଜ୍ଞାନର ସାଗର, ପତିତପାବନ, ଦୁଃଖହର୍ତ୍ତା, ସୁଖକର୍ତ୍ତା, ମୁକ୍ତିଦାତା ରୂପେ ଗ୍ରହଣ କରାଯାଏ। ସେ ଅସରନ୍ତି ମହିମାର ଅଧିକାରୀ। ବର୍ତ୍ତମାନ ମନରେ ପ୍ରଶ୍ନ ଉଠିପାରେ – ଶିବଙ୍କୁ ପରମାତ୍ମା ରୂପେ ସମ୍ବୋଧନ କରାଯାଏ କାହିଁକି? କାରଣ ଆମେ ସମସ୍ତେ ଜାଣିଛେ ଦେବାତ୍ମା ଅନେକ, ଧର୍ମାତ୍ମା ଅନେକ, କିନ୍ତୁ ପରମାମାô ଏକ। ସେହି ପରମାତ୍ମାଙ୍କର କିଛି ବୈଶିଷ୍ଟ୍ୟ ଓ ବିଶେଷ ଗୁଣ ରହିଛି। ସେଗୁଡ଼ିକ ମଧ୍ୟରୁ ସର୍ବଧର୍ମ ମାନ୍ୟତା, ଜନ୍ମମରଣରହିତ, ସର୍ବୋଚ୍ଚ, ସର୍ବଜ୍ଞ ଗୁଣ ହିଁ ତାଙ୍କଠାରେ ବିଦ୍ୟମାନ।
ସର୍ବଧର୍ମ ଅନୁସାରେ ପରମାତ୍ମା ଏକ କିପରି? ହିନ୍ଦୁ ଧର୍ମ ଅନୁସାରେ ତେତିଶ କୋଟି ଦେବୀଦେବତାଙ୍କୁ ପୂଜା କରାଯାଏ; କିନ୍ତୁ କିଏ ଏପରି ଠାକୁର ଅଛନ୍ତି ଯାହାଙ୍କର ପୂଜା ଛୋଟରୁ ଛୋଟ ଗାଁ, ବଡ଼ରୁ ବଡ଼ ସହରରେ ସବୁଠାରେ ପୂଜା କରାଯାଏ। ସେ ହେଉଛନ୍ତି ପରମାତ୍ମା ଶିବ। ଶାସ୍ତ୍ରରେ ଗାୟନ ମଧ୍ୟ ରହିଛି – ଶିବ ପରମାତ୍ମନେ ନମଃ। ଉତ୍ତରରେ ଅମରନାଥ, ଦକ୍ଷିଣରେ ରାମେଶ୍ୱରମ୍‍, ପୂର୍ବରେ କାଶୀବିଶ୍ୱନାଥ ଏବଂ ପଶ୍ଚିମରେ ସୋମନାଥ ଏବଂ ବିଶେଷ ଭାବରେ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗମ୍‍ ପୂଜନୀୟ। ନିରାକାର ଶିବଙ୍କୁ ଜ୍ୟୋତି ସ୍ୱରୂପ ପଥରରେ ଆକାର ଦେଇ ଜ୍ୟୋତିର୍ଲିଙ୍ଗମ୍‍ ରୂପରେ ପୂଜା କରାଯାଏ। ଶିଖ୍‍ ଧର୍ମ ଅନୁଯାୟୀ ଗୁରୁ ନାନକ ଦେବ ଗ୍ରନ୍ଥ ସାହେବରେ ଲେଖିଛନ୍ତି – ଏକ ଓଁକାର ନିରାକାର। ଖ୍ରୀଷ୍ଟ ଧର୍ମର ବାଇବେଲ୍‍ରେ ଉଲ୍ଲେଖ ଅଛି – ଈଶ୍ୱର ହେଉଛନ୍ତି ଆଲୋକ। ଇସ୍‍ଲାମ ଧର୍ମ ଅନୁସାରେ କୋରାନ୍‍ରେ ପରମାତ୍ମାଙ୍କୁ ନୂର ଅର୍ଥ ଜ୍ୟୋତି ଭାବେ ସ୍ମରଣ କରାଯାଏ। ତେବେ ସର୍ବଧର୍ମ ଅନୁଯାୟୀ ପରମାତ୍ମା ଏକ ଏବଂ ନିରାକାର ଜ୍ୟୋତି ସ୍ୱରୂପ।
ପରମାତ୍ମା ଶିବ ହେଉଛନ୍ତି ଏହି ସୃଷ୍ଟି ନାଟକର ନିର୍ଦେଶକ। ତେଣୁ ସେ ଏହି ନାଟକର ଆଦି-ମଧ୍ୟ-ଅନ୍ତର ପ୍ରତ୍ୟେକ ଦୃଶ୍ୟକୁ ସ୍ପଷ୍ଟ ରୂପେ ଜାଣିଛନ୍ତି। ତେଣୁ ତାଙ୍କୁ ଜ୍ଞାନର ସାଗର କୁହାଯାଏ। ସେ ଜ୍ଞାନ ପ୍ରଦାନ କରିବା ପାଇଁ ଧରାରେ ଅବତରିତ ହୁଅନ୍ତି ବର୍ତ୍ତମାନ ପ୍ରଶ୍ନ ଉଠୁଛି – ସେ କେବେ ଏବଂ କିପରି ଏହି ଧରାରେ ଅବତରିତ ହୋଇ ଜ୍ଞାନ ପ୍ରଦାନ କରନ୍ତି। ତାକୁ ବୁଝିବା ପାଇଁ ଶିବରାତ୍ରି ଅର୍ଥର ମର୍ମକୁ ବୁଝିବାକୁ ପଡ଼ିବ। ଏଠାରେ ରାତ୍ରି ଅର୍ଥ ଯେଉଁ ସମୟରେ ଦୁନିଆ ଦୁଃଖ, ଅଶାନ୍ତି, ପାପ, ଭ୍ରଷ୍ଟାଚାରର ଲିପ୍ତ ହୁଏ ଅର୍ଥାତ୍‍ କଳିଯୁଗର ଅନ୍ତ ସମୟ, ସେହି ସମୟରେ ପରମାତ୍ମା ଶିବ ଧରାରେ ଅବତରିତ ହୋଇ କଳିଯୁଗ ରାତ୍ରିକୁ ସୁଖ-ଶାନ୍ତି ସମ୍ପନ୍ନ ସତ୍ୟଯୁଗରେ ପରିବର୍ତ୍ତନ କରନ୍ତି।
ବର୍ତ୍ତମାନ ସମୟରେ ପରମାତ୍ମା ଶିବ ଆମ୍ଭମାନଙ୍କ ଘୋର ବିଷୟ ବିକାର ରୂପୀ କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗ୍ରତ କରିବା ପାଇଁ ଦିବ୍ୟ ଜ୍ଞାନନେତ୍ର ପ୍ରଦାନ କରୁଛନ୍ତି। ଦେହ ଓ ଦେହ ଦୁନିଆଠାରୁ ମନକୁ ଅଲଗା କରି ନିଜର ପ୍ରକୃତ ପରିଚୟ ଆତ୍ମା ସ୍ୱରୂପରେ ସ୍ଥିତ ହୋଇ ନିରାକାର ପରମାତ୍ମା ଶିବଙ୍କଠାରେ ସର୍ବ ସମ୍ବନ୍ଧ ସ୍ଥାପନ କରି ସ୍ମରଣ କଲେ ଅନେକ ଜନ୍ମର ପାପ ବିନାଶ ହେବା ସଙ୍ଗେ ସଙ୍ଗେ ମୁକ୍ତି ଏବଂ ଜୀବନ୍ମୁକ୍ତି ଉଚ୍ଚ ପଦର ଅଧିକାରୀ ହୋଇପାରିବା।

ବ୍ରହ୍ମାକୁମାର କମଳେଶ
ଝାଞ୍ଜିରୀମଙ୍ଗଳା, କଟକ

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories