www.samajalive.in
Monday, December 8, 2025
27.1 C
Bhubaneswar

ପୁଅକୁ ୨-୩ ଦିନ ତାଲାବନ୍ଦ କରି ରଖିଥିଲୁ: ପଞ୍ଜାବର ପୂର୍ବତନ ଡିଜିପିଙ୍କ ମନ୍ତବ୍ୟ

ଚଣ୍ଡିଗଡ: ପୁତ୍ର ହତ୍ୟା ଅଭିଯୋଗରେ ଅଭିଯୁକ୍ତ ପଞ୍ଜାବର ପୂର୍ବତନ ପୁଲିସ ମହାନିର୍ଦେଶକ (ଡିଜିପି) ମହମ୍ମଦ ମୁସ୍ତାଫା ବୁଧବାର ମୁହଁ ଖୋଲିଛନ୍ତି ା ଶାହାରନପୁରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ମୁସ୍ତାଫା କହିଛନ୍ତି ତାଙ୍କ ପୁଅ ଅକିଲ ଅଖତର ୧୮ବର୍ଷ ହେଲା ନିଶାଗ୍ରସ୍ତ ଥିଲା। ତା’ର ଚିକିତ୍ସା ନିମନ୍ତେ ବିଭିନ୍ନ ସ୍ଥାନକୁ ନେଇ ନିରାଶ ହୋଇଥିଲେ। ମୃତ୍ୟୁର ୨-୩ଦିନ ପୂର୍ବରୁ ଅଖତରକୁ ସେମାନେ ଘରେ ତାଲା ପକାଇ ରଖିଥିଲେ। ଅକ୍ଟୋବର ୧୬ରେ ତାଲା ବନ୍ଦ କଠୋରିକୁ ସେମାନେ ଯାଇଥିବାବେଳେ ପୁଅ ମରି ପଡିଥିବା ଦେଖିବାକୁ ପାଇଥିଲେ। ସେ ଅତ୍ୟଧିକ ନିଶା ସେବନ କରି ପ୍ରାଣ ହରାଇଥିଲା।

ଘଟଣାକୁ ନେଇ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବ ବୋଲି ସେମାନେ ଜାଣିଥିଲେ। ଜଣେ ପୂର୍ବତନ ପୁଲିସ ଅଧିକାରୀ ଭାବେ ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ। ପୁଅର ମୃତ୍ୟୁକୁ ନେଇ ସେମାନେ ଦୁଃଖିତ। ମାତ୍ର ପୁଅର ମୃତ୍ୟୁକୁ ନେଇ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାକୁ ସେ ଦୃଢତାର ସହିତ ସମ୍ମୁଖୀନ ହେବେ ବୋଲି ମୁସ୍ତାଫା କହିଛନ୍ତି। ଜଣେ ପୂର୍ବତନ ଡିଜିପି ଭାବେ ଘଟଣାକୁ ନେଇ ମାମଲା ରୁଜୁ ହେବାକୁ ସେ ସ୍ବାଗତ କରୁଛନ୍ତି ବୋଲି ମୁସ୍ତାଫା କହିଛନ୍ତି। ଆଉ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହୋଇଯିବ। ଅକ୍ଟୋବର ୧୬ରେ ହରିୟାଣାର ପଞ୍ଚକୁଲାର ସେକ୍ଟର-୪ସ୍ଥିତ ମୁସ୍ତାଫାଙ୍କ ବାସଭବନରୁ ଅଖତରର ମୃତଦେହ ଜବତ ହୋଇଥିଲା।

- Advertisement -

ପୁଅ ଅଖତରର ସନ୍ଦେହଜନକ ମୃତ୍ୟୁକୁ ନେଇ ମୁସ୍ତାଫା ଓ ତାଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ରେଜିଆ ସୁଲତାନ, ଝିଅ ଓ ବୋହୂଙ୍କ ବିରୋଧରେ ପୁଲିସ ହତ୍ୟା ଓ ଷଡଯନ୍ତ୍ର ଭଳି ଅଭିଯୋଗ ଆରୋପ ପୂର୍ବକ ମାମଲା ରୁଜୁ କରିଛି। ଅଖତର ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିବା ବିଭିନ୍ନ ପୋଷ୍ଟକୁ ନେଇ ହତ୍ୟା ସନ୍ଦେହ କରାଯାଇଛି। ଅଖତର ତା’ର ପୋଷ୍ଟରେ ଉଲ୍ଲେଖ କରିଥିଲା ଯେ ପରିବାର ପକ୍ଷରୁ ବିଶେଷକରି ପିତାମାତାଙ୍କ ପକ୍ଷରୁ ତା’ ଜୀବନ ପ୍ରତି ବିପଦ ରହିଛି। ତାକୁ କୌଣସି ମୂହୁର୍ତ୍ତରେ ହତ୍ୟା କରାଯାଇପାରେ। ଶଶୁର ଓ ବୋହୂଙ୍କ ମଧ୍ୟରେ ଅନୈତିକ ସମ୍ପର୍କକୁ ବିରୋଧ କରିବା କାରଣରୁ ତାଙ୍କୁ ହତ୍ୟା କରାଯିବାର ଯୋଜନା କରାଯାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories