www.samajalive.in
Friday, December 5, 2025
27.1 C
Bhubaneswar

ଦୀପାବଳି ପରେ ପାରମ୍ପରିକ ଗାଈ-ମଇଁଷି ଖେଳରେ ହଙ୍ଗାମା, ପୁଲିସର ଲାଠି ଚାର୍ଜ

ଅମରାବତୀ, ୨୨ା୧୦: ମହାରାଷ୍ଟ୍ରର ଅମରାବତୀ ଜିଲା ତିବସା ସହରରେ ଦୀପାବଳି ଅବସରରେ ଆୟୋଜିତ ପାରମ୍ପରିକ ଖେଳରେ ବଡ ଧରଣର ହଙ୍ଗାମା ସହ ପୁଲିସର ଲାଠିଚାର୍ଜ ଦେଖିବାକୁ ମିଳିଛି। ତିବସାରେ ପୁରୁଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବର୍ଷ ଦୀପାବଳି ପରଦିନ ଏହି ପାରମ୍ପରିକ ଖେଳ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଖେଳକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମ୍ପର୍ଣ୍ଣ କରିବା ପାଇଁ ପୁଲିସ ନିୟୋଜିତ ହୋଇଥିଲା; କିନ୍ତୁ କିଛି ନାଗରିକ ଖେଳ ସମୟରେ ହଙ୍ଗାମା କରିଥିଲେ। କୌଣସି କାରଣରୁ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସାମାନ୍ୟ ବଚସା ପରେ ଉଗ୍ର ରୂପ ନେଇଥିଲା। ଲୋକେ ପୁଲିସ ଗାଡି ଉପରେ ବାଣ ଫୁଟାଇଥିଲେ। ଶେଷରେ ଏହାକୁ କାବୁ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା।

କିଛି ସ୍ଥାନୀୟ ଲୋକଙ୍କ ପାଇଁ ଏହି ଖେଳ ପୁଣି ବିବାଦରେ ଛନ୍ଦି ହୋଇପଡିଛି। ଏହି ଖେଳରେ ଗାଈ ଓ ମଇଁଷିଙ୍କୁ ପାରମ୍ପରିକ ରୂପରେ ସଜାଯାଏ। ସଜା ହେବା ପରେ ଗାଈ-ମଇଁଷିଙ୍କୁ ଏକ ସ୍ବତନ୍ତ୍ର ସ୍ଥାନକୁ ନିଆଯାଇ ନିୟନ୍ତ୍ରିତ ରୂପେ ଦୌଡାଯାଏ ଏବଂ ସେମାନଙ୍କ ପ୍ରଦର୍ଶନ କରାଯାଏ। ଶହ ଶହ ବର୍ଷ ଏହି ପୁରୁଣା ଖେଳ ପୂର୍ବରୁ ମଧ୍ୟ ଅନେକ ଥର ବିବାଦରେ ଛନ୍ଦି ହୋଇଛି। ଖେଳ ସମୟରେ ପଶୁଗୁଡିକ ଉପରକୁ ବାଣ ଫୋପଡାଯାଏ। ସ୍ଥାନୀୟ ଲୋକେ ଏହାକୁ ଉତ୍ସବ ରୂପେ ପାଳନ କରିଥାନ୍ତି; କିନ୍ତୁ କିଛି ଲୋକେ ଏହାକୁ ପଶୁଙ୍କ ପ୍ରତି ଅତ୍ୟାଚାର ବୋଲି କହିଥାନ୍ତି। ଏହି ଖେଳ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଏକାଠି ହୋଇଥାନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories