ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ ଘଟଣାରେ ଯିଏବି ସଂପୃକ୍ତ ଥିବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ ତା’ର କାର୍ଯ୍ୟ କରୁଛି । ତଦନ୍ତ ସଠିକ୍ ଭାବେ କରାଯାଉଛି ।
ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଜାଣିବା ପରେ ବିଜେଡିର ପୂର୍ବତନ ବିଧାୟକ ତଥା ଜିଲା ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି । ତାଙ୍କ ସହିତ ଅନ୍ୟ ୪ଜଣ ମଧ୍ୟ ଗିରଫ ହୋଇଛନ୍ତି ।



