www.samajalive.in
Monday, December 8, 2025
27.1 C
Bhubaneswar

‘ଭାରତରେ ଦିନେ , ଗାଜାରେ ସବୁଦିନ ଦିୱାଲି’ ,ଏମିତି କହିଲେ ନିଁର୍ଧେସକ ରାମ ଗୋପାଲ ବର୍ମା

ମୁମ୍ୱାଇ ୨୧/୧୦: ସାରା ଦେଶରେ ଆଲୋକର ପର୍ବ ଦୀପାବଳି ବେଶ୍ ଧୁମ୍‌ଧାମ୍‌ରେ ପାଳନ ହୋଇଛି । ସୋସିଆଲ ମିଡିଆରେ ଅନେକ ଶୁଭକାମନା ବାର୍ତ୍ତା ବି ସେୟାର କରିଛନ୍ତି । ଏଥିରୁ  ବାଦ୍‌ ପଡିନଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ସେ ବି ଦେଶବାସୀଙ୍କୁ ଦୀପାବଳି ବାର୍ତ୍ତା ସେୟାର କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଦୀପାବଳି ପୋଷ୍ଟରେ ରାମ ଗୋପାଳ ବର୍ମା ଭାରତରେ ଦୀପାବଳି ପାଳନକୁ ଗାଜା ସହିତ ତୁଳନା କରିଛନ୍ତି । ତେବେ ଏହି ପୋଷ୍ଟ ପରେ ତାଙ୍କୁ ସୋସିଆଲ ମିଡିଆରେ କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି।

- Advertisement -

ଦୀପାବଳି ରାତିରେ ପ୍ରାୟ ୮ଟା ସମୟରେ, ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଇନଷ୍ଟାଗ୍ରାମରେ ଲେଖିଲେ, “ଭାରତରେ ଦୀପାବଳି କେବଳ ଗୋଟିଏ ଦିନ, କିନ୍ତୁ ଗାଜାରେ, ପ୍ରତିଦିନ ଦୀପାବଳି ।” ସେ ପୋଷ୍ଟ ସହିତ ଏକ ଅଗ୍ନି ଇମୋଜି ମଧ୍ୟ ଦେଇଥିଲେ । ଏହି ପୋଷ୍ଟଟି ଶୀଘ୍ର ଭାଇରାଲ ହୋଇଗଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories