www.samajalive.in
Sunday, December 7, 2025
26.1 C
Bhubaneswar

ଦୀପାବଳି ପରେ ଦିଲ୍ଲୀର ବାୟୁ ଦୂଷିତ

ନୂଆଦିଲ୍ଲୀ, ୨୧ା୧୦: ଦୀପାବଳି ପରେ ଦିଲ୍ଲୀର ବାୟୁ ପୁଣି ଦୂଷିତ ହୋଇଛି। ସୋମବାର ରାତି ପ୍ରାୟ ୧. ୩୦ ମିନିଟରେ ଲକ୍ଷ୍ନୌର ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୧୩୧୭ ଥିବାବେଳେ ନୂଆଦିଲ୍ଲୀର ଏକ୍ୟୁଆଇ ୯୯୧ ଏବଂ ନୋଏଡାର ଏକ୍ୟୁଆଇ ୭୭୭ ପହଞ୍ଚିଯାଇଥିଲା। ତେବେ ମଙ୍ଗଳବାର ସୂର୍ଯ୍ୟ ଉଦୟ ପରେ ଏଥିରେ ସାମାନ୍ୟ ସୁଧାର ଦେଖାଯାଇଛି। ସୁପ୍ରିମକୋର୍ଟ ଦୀପାବଳିରେ ଦିଲ୍ଲୀ-ଏନସିଆରେ ରାତି ୮ଟାରୁ ୧୦ ମଧ୍ୟରେ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ। ତେବେ ଅନେକ ନାଗରିକ ଏହି ନିୟମ ଉଲ୍ଲଙ୍ଘନ କରିଛନ୍ତି ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇଥିଲେ। ଫଳରେ ପ୍ରଦୂଷଣ ମାତ୍ରା ବଢିଛି। ଅନ୍ୟପଟେ ଏହାକୁ ନେଇ ଆମ ଆଦମୀ ପାର୍ଟିର ନେତା ସୌରଭ ଭରଦ୍ବାଜ ଦିଲ୍ଲୀ ସରକାରଙ୍କୁ ଘେରିଛନ୍ତି।

ସକାଳ ସମୟରେ ସହରର ଏକ୍ୟୁଆଇ ବହୁତ ବଢିଥିଲା। ସକାଳ ୬ଟା ୩୦ ମିନିଟରେ ନୂଆଦିଲ୍ଲୀର ଏକ୍ୟୁଆଇ ୭୦୬, ଦିଲ୍ଲୀର ୬୮୦, ନୋଏଡାର ୪୩୧, ଗୁରୁଗ୍ରାମର ୩୯୮ ଥିଲା। ସେହିଭଳି ଦ୍ବିପ୍ରହର ୧୨ଟା ୩୦ ମିନିଟ୍ ସମୟରେ ଦିଲ୍ଲୀର ଏକ୍ୟୁଆଇ ୨୭୮, ନୂଆଦିଲ୍ଲୀର ୨୬୬, ମିରଠର ୨୩୧ ଏବଂ ଗୁରୁଗ୍ରାମର ଏକ୍ୟୁଆଇ ୨୧୯ ମପାଯାଇଛି। ଆମ ଆଦମୀ ପାର୍ଟିର ନେତା ସୌରଭ ଭରଦ୍ବାଜ ସରକାରଙ୍କ ଉପରେ ଅଭିଯୋଗ ଲଗାଇ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି କି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଜିଲାପାଳ, ତାଙ୍କ ଟିମ୍ ଓ ଦିଲ୍ଲୀ ପୁଲିସ ବାଣର ଅବୈଧ ବିକ୍ରି ଉପରେ ରୋକ ଲଗାଇଲେନାହିଁ। ସୁପ୍ରିମକୋର୍ଟ କେବଳ ସବୁଜ ବାଣକୁ ଅନୁମତି ଦେଇଥିଲେ; କିନ୍ତୁ ଦିଲ୍ଲୀ ସରକାର ଏହାକୁ ପାଳନ କଲେନି ବୋଲି ସେ କହିଛନ୍ତି। ସରକାର ଏକ୍ୟୁଆଇ ତଥ୍ୟ ଲୁଚାଉଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories