www.samajalive.in
Friday, December 5, 2025
23.1 C
Bhubaneswar

ରାସ୍ତା କଡରେ ଜଳିଗଲା ଟାଟା ମ୍ୟାଜିକ

ପିପିଲି: ରାସ୍ତା କଡରେ ହୁତୁ ହୁତୁ ହୋଇ ଜଳିଗଲା ଟାଟା ମ୍ୟାଜିକ। ପିପିଲି ପୌରାଞ୍ଚଳ ଅନ୍ତର୍ଗତ କଲେଜ ଛକ ଠାରେ ସୋମବାର ଅପରାହ୍ନରେ ଘଟିଛି ଏହି ଘଟଣା। ଏହି ଗାଡିଟି ସ୍ଥାନୀୟ ଜୟପୁରକିଲା ଗ୍ରାମର ବୀରେନ୍ଦ୍ର ଘଡେଇଙ୍କର ହୋଇଥିବା ସୂଚନା ମିଳିଛି। ବୀରେନ୍ଦ୍ର ନିଜର ଟାଟା ମ୍ୟାଜିକ ଗାଡିକୁ ନିଜ ଘର ସାମ୍ନା ରାସ୍ତା କଡରେ ରଖି ଘରକୁ ଖାଇବା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଅପରାହ୍ନ ସମୟରେ ସର୍ଟ ସର୍କିଟରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ଗାଡିଟି ରାସ୍ତା କଡରେ ହୁତୁ ହୁତୁ ହୋଇ ଜଳିଥିଲା। ଭୟରେ ଉକ୍ତ ରାସ୍ତା ଦେଇ ଗାଡି ମୋଟର ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ନିକଟବର୍ତ୍ତୀ ଦୋକାନ ଗୁଡିକ ବନ୍ଦ ହୋଇଯାଇଥିଲା। ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଗାଡିଟି ସମ୍ପୂର୍ଣ ଜଳି ଯାଇଥିବା ସୂଚନା ମିଳିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories