www.samajalive.in
Monday, December 8, 2025
27.1 C
Bhubaneswar

ବୁର୍ଲା ଛାତ୍ରଙ୍କ ଡ୍ରୋନ୍‌ ଚୀନ୍‌ ସୀମାରେ କରିବ ଦେଶର ସୁରକ୍ଷା

ସମ୍ବଲପୁର : ‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ବୈଷୟିକ ଜ୍ଞାନକୌଶଳର ପରାକାଷ୍ଠା ପ୍ରଦର୍ଶନ କରିଥିବା ସମ୍ବଲପୁର ଜିଲା ବୁର୍ଲା ଭିସୁଟ୍‌ର ଜଣେ ପୂର୍ବତନ ଛାତ୍ରଙ୍କ ଦ୍ବାରା ନିର୍ମିତ ଡ୍ରୋନ୍‌ ଏବେ ଚୀନ୍‌ ସୀମାରେ ନିୟୋଜିତ ହେବ। ଭାରତୀୟ ସେନା ପକ୍ଷରୁ ଏନେଇ ଆବଶ୍ୟକ ପରୀକ୍ଷଣ ଶେଷ ହୋଇଛି। ତେଣୁ ଏହି ଡ୍ରୋନ୍‌କୁ ‘ଏଲ୍‌ଏସି’ରେ ମୁତୟନ କରାଯିବ। ଏହି ଯୁଦ୍ଧ ଉପଯୋଗୀ ଡ୍ରୋନ୍‌ର ନାମ ‘ଷ୍ଟ୍ରାଇକର ଏଫପିଭି’ ରଖାଯାଇଛି। ଭିସୁଟ୍‌ର ପୂର୍ବତନ ଛାତ୍ର ବୋଧିସତ୍ତ୍ବ ସଂଘପ୍ରିୟଙ୍କ ନୋଏଡ଼ା ସ୍ଥିତ କମ୍ପାନୀ ଆଇ.ଜି. ଡ୍ରୋନ୍ସ ଦ୍ବାରା ଏହି କମ୍ବାଟ୍‌ ଡ୍ରୋନ୍‌ ‘ଷ୍ଟ୍ରାଇକର ଏଫପିଭି’ ନିର୍ମାଣ କରାଯାଉଛି। ଭାରତର ‘ଅପରେସନ ସିନ୍ଦୂର’ ଏକ ସମ୍ପୂର୍ଣ୍ଣ ବୈଷୟିକ ଜ୍ଞାନ ଆଧାରିତ ଯୁଦ୍ଧ ଥିଲା,

ଯେଉଁଥିରେ ଜଣେ ମଧ୍ୟ ଭାରତୀୟ ସୈନିକ ଶତ୍ରୁଦେଶର ସୀମା ଭିତରକୁ ନ ଯାଇ ମୁଖ୍ୟତଃ ଡ୍ରୋନ୍ ଜରିଆରେ ଆକ୍ରମଣ କରିଥିଲେ। ଭାରତୀୟ ସେନା ଏହି ସଫଳତାକୁ ସମସ୍ତ ସୀମାରେ ଉପଯୋଗ କରିବାକୁ ପ୍ରୟାସ ଆରମ୍ଭ କରିଛି। ଏହି କ୍ରମ‌େ‌ର ଚୀନ୍ ସୀମାର ଉଚ୍ଚ ପର୍ବତମାଳା ଥିବା ଅଞ୍ଚଳରେ ବୋଧିସତ୍ତ୍ବଙ୍କ କମ୍ପାନୀ ଦ୍ବାରା ପ୍ରସ୍ତୁତ ଡ୍ରୋନ୍ ଗୁଡ଼ିକ ସଫଳତାର ସହ ଉଡ଼ାଣ କରିଛନ୍ତି ା ଏହି ଡ୍ରୋନ୍ ଯୁଦ୍ଧ ଉପଯୋଗୀ ହେବା ସହ ନିରୀକ୍ଷଣ ଓ ଗୁଇନ୍ଦା ତଥ୍ୟ ସଂଗ୍ରହରେ ମଧ୍ୟ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି। ଭାରତୀୟ ସେନା ଜରୁରୀକାଳୀନ ଭିତ୍ତିରେ ଅଧିକ ସଂଖ୍ୟକ ଅନୁରୂପ ଡ୍ରୋନ୍ ନିର୍ମାଣ ପାଇଁ କମ୍ପାନୀକୁ ଅର୍ଡର ଦେଇଥିବା ସୂଚନା ମିଳିଛି। ଆଇଜି ଡୋନ୍‌ର ପ୍ରତିଷ୍ଠାତା ବୋଧିସତ୍ତ୍ବ ସଂଘପ୍ରିୟ କହିଛନ୍ତି, ଏହି ଷ୍ଟ୍ରାଇକର ଏଫ୍‌ପିଭି ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ। ଏହା ୫ ମିନିଟରୁ କମ୍ ସମୟରେ ସମ୍ପୂର୍ଣ୍ଣ ଉଡ଼ାଣ ଭରିବା ସହ ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ଗତି କରିପାରେ। ଏଥିସହିତ ଶତ୍ରୁରାଷ୍ଟ୍ରର ୪ କିଲୋମିଟର ଭିତର ପର୍ଯ୍ୟନ୍ତ ଯାଇ ଆକ୍ରମଣ କରିବାରେ ସକ୍ଷମ। ଏହି ଡ୍ରୋନ୍‌ ୧ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ବହନ କରିପାରେ ଏବଂ ଜଙ୍ଗଲ, ପାହାଡ଼ ସହ ଅଧିକ ଉଚ୍ଚତାରେ ଖୁବ୍ ସହଜରେ ଏହା କାମ କରିପାରେ ା ଆଗାମୀଦିନରେ ଉତ୍ତରପ୍ରଦେଶରେ ନୂତନ କାରଖାନା ସ୍ଥାପନ ପାଇଁ ଯୋଜନା ରହିଛି, ଏହା ପ୍ରତିରକ୍ଷା କ୍ଷେତ୍ରରେ ଅଗ୍ରଣୀ ଡ୍ରୋନ୍‌ ନିର୍ମାଣ ସହ ଗବେଷଣା ଓ ଉନ୍ନୟନ (ଆର୍‌ ଆଣ୍ଡ ଡି) ସକାଶେ ଉପଯୋଗରେ ଆସିବ। ଏନେଇ ଉତ୍ତରପ୍ରଦେଶ ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇସାରିଛି। କମ୍ପାନୀ ବାର୍ଷିକ ୧ ଲକ୍ଷ ଡ୍ରୋନ୍‌ ନିର୍ମାଣ ଲକ୍ଷ୍ୟ ରଖିଥିବା ବୋଧିସତ୍ତ୍ବ ଜଣାଇଛନ୍ତି ା

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories