www.samajalive.in
Monday, December 8, 2025
27.1 C
Bhubaneswar

ଜୟଙ୍କ ବିଜୟ ସୁନିଶ୍ଚିତ: ମନମୋହନ ସାମଲ

ଭୁବନେଶ୍ୱର / ନୂଆପଡା : ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉକ୍ତ ଆସନ ପୂରଣ ପାଇଁ ନଭେମ୍ବର ୧୧ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମା’ଙ୍କଠାରୁ ଆଶ୍ରୀର୍ବାଦ ନେଇ ଖରିଆର ରୋଡସ୍ଥିତ ବାସଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୂଆପଡ଼ାସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥଲେ। ଏଥିପାଇଁ ଖରିଆରରୁ ନୂଆପଡା ପର୍ଯ୍ୟନ୍ତ ରାସ୍ତାଘାଟ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଯାଇଥିଲା। ଶହଶହ ସଂଖ୍ୟାରେ ଗାଡି ଓ ହଜାର ହଜାର ସଂଖ୍ୟାରେ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନୂଆପଡା କାର୍ଯ୍ୟାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଏବଂ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଆଶୀର୍ବାଦ ନେଇ ଜୟ ଢୋଲକିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖିଲ କରିଛନ୍ତି। ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ କୋମନା ବ୍ଳକର ସୋମନାଥ ଖମାରୀ ପ୍ରସ୍ତାବକ ରହିଛନ୍ତି। ୨ ସେଟ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ରବି ନାୟକ, ମୁକେଶ ମହାଳିଙ୍ଗ ଓ ଗଣେଶ ରାମ ସିଂ ଖୁଂଟିଆ ଉପସ୍ଥିତ ଥିଲେ।
ନାମାଙ୍କନ ଶୋଭାଯାତ୍ରାରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ସାଂସଦ ମାଳବିକା ଦେବୀ, ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଧାୟକ ସୁଧୀର ପାଟ୍ଟଯୋଶୀ, ନବୀନ ଜୈନ, ଲକ୍ଷ୍ମଣ ବାଗ, ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ଷଡ଼ଙ୍ଗୀ, ଅଶୋକ ମହାନ୍ତି, ନିହାର ମହାନନ୍ଦ, ହିମାଂଶୁ ଶେଖର ସାହୁ, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ବିଭିନ୍ନ ସାମାଜିକବର୍ଗର ପ୍ରତିନିଧି ଏବଂ ନେତୃବୃନ୍ଦଙ୍କ ସମେତ ସଦ୍ୟ ବିଜେପିରେ ସାମିଲ ହୋଇଥିବା ବିଜେଡି ନେତା, କର୍ମୀ, ଢୋଲକିଆ ପରିବାରର ଶୁଭେଚ୍ଛୁ, ୧୦ହଜାରରୁ ଊର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତା ଓ ସମର୍ଥକ ସାମିଲ ହୋଇଥିଲେ।
ନାମାଙ୍କନପତ୍ର ଦାଖଲ ଅବସରରେ ରାଜ୍ୟ ସଭାପତି ସାମଲ କହିଛନ୍ତି ଯେ, ଆଜିର ଏହି ଶୋଭାଯାତ୍ରା ନୂତନ ଇତିହାସ ସୃଷ୍ଟି କରିବ। ନୂଅପାଡ଼ାବାସୀ ବିଜେପିକୁ ଜିତାଇବା ପାଇଁ ମନବନାଇ ସାରିଛନ୍ତି। ନିର୍ବାଚନ ଫଳାଫଳ ଏକପାଖିଆ ହେବ ଏବଂ ବିପୁଳ ସଂଖ୍ୟାରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିବେ। ଆଜିର ଏହି ବିଶାଳ ଜନ ସମାଗମରୁ ଜୟଙ୍କ ବିଜୟ ସୁନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି। ୨ ନମ୍ବର ସ୍ଥାନ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାଭିମୁଖୀ କାର୍ଯ୍ୟ ଦେଶ ଏବଂ ଓଡ଼ିଶାର କୋଣ ଅନୁକୋଣରେ ପହଂଚିପାରିଛି। ପଛୁଆ ଓ ଆଙ୍କାକ୍ଷା ଜିଲ୍ଲାରୁ ନୂଆପଡ଼ାକୁ ବିକଶିତ ଜିଲ୍ଲାଭାବେ ଗଢ଼ି ତୋଳିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏଠାକାର ମୌଳିକ ସମସ୍ୟାର ସମାଧାନ କରି ନୂଆପଡ଼ାରେ ମତ୍ସ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା ଓ ଗମନାଗମନର ବିକାଶ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
ଅନ୍ୟପଟେ ଶ୍ରୀ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସ୍ୱର୍ଗତ ବିଧାୟକ ତଥା ବାପା ରାଜୁ ଭାଇ ଢୋଲକିଆଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନୂଆପଡ଼ାର ବିକାଶ ପାଇଁ ଆଜି ଉପନିର୍ବାଚନରେ ପ୍ରାର୍ôଥପତ୍ର ଦାଖଲ କରିଛି। ନୂଆପଡ଼ାବାସୀଙ୍କ ବିପୁଳ ଜନସମର୍ଥନ ମନ ଭିତରେ ଉତ୍ସାହ ବଢ଼ାଇଛି। ଆଗାମୀ ଦିନରେ ବାପା ଛାଡ଼ିଯାଇଥିବା ଅଧୁରା ସ୍ୱପ୍ନକୁ ପୂରଣ କରି ନୂଆପଡ଼ାକୁ ରାଜ୍ୟର ୧ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପ୍ରୟାସ କରିବି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories