www.samajalive.in
Friday, December 5, 2025
23.1 C
Bhubaneswar

ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ

ଡ଼େସ୍କ: ଆଫଗାନିସ୍ତାନର ପାକଟିକା ପ୍ରଦେଶ ଉପରେ ପାକିସ୍ତାନ ସେନା ଶୁକ୍ରବାର ରାତିରେ ବିମାନ ଆକ୍ରମଣ କରିଛି। ପାକିସ୍ତାନ ବିମାନ ଆକ୍ରମଣ କରିବା ନେଇ ତାଲିବାନ ସରକାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଲିବାନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ୪୮ ଘଣ୍ଟିଆ ଅସ୍ତ୍ରବିରତି ସମୟ ଶୁକ୍ରବାର ସନ୍ଧ୍ୟାରେ ଶେଷ ହେବା ପରେ ପାକିସ୍ତାନ ଏହି ଆକ୍ରମଣ କରିଛି। ବୁଧବାର ସକାଳେ ପାକିସ୍ତାନ ଓ ଆଫଗାନିସ୍ତାନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଉଭୟ ପକ୍ଷର ଶତାଧିକ ସୈନ୍ୟ ଓ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହି ସଂଘର୍ଷ ପରେ ବୁଧବାର ସନ୍ଧ୍ୟା ୬ଟା ଠାରୁ ଉଭୟ ପକ୍ଷ ମଧ୍ୟରେ ୪୮ ଘଣ୍ଟିଆ ଅସ୍ଥାୟୀ ଅସ୍ତ୍ରବିରତି ହୋଇଥିଲା। ଶୁକ୍ରବାର ଅସ୍ତ୍ରବିରତି ଅବଧି ଶେଷ ହେବା ପରେ ସ୍ଥାୟୀ ଅସ୍ତ୍ରବିରତି ନିମନ୍ତେ ପାକିସ୍ତାନର ପ୍ରତିନିଧି ଦଳ ଦୋହାରେ ପହଞ୍ଚିଛନ୍ତି। ପାକିସ୍ତାନ ଅସ୍ତ୍ରବିରତି ନିମନ୍ତେ ଗୋଟିଏ ପଟେ ପ୍ରୟାସ କରୁଥିବାବେଳେ ଅନ୍ୟପଟେ ଆକ୍ରମଣ ଆରମ୍ଭ କରିଛି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories