www.samajalive.in
Friday, December 5, 2025
27.1 C
Bhubaneswar

କୁକୁଡ଼ା ବ୍ୟବସାୟୀ ହତ୍ୟା ମାମଲାରେ ଦୁଇ ଗିରଫ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଫାଣ୍ଡି ଅନ୍ତର୍ଗତ ମାଧପୁର ପଞ୍ଚାୟତ ବଙ୍ଗାଳୀପଡ଼ାରେ କୁକୁଡା ଫାର୍ମ ମାଲିକ ଅଜୟ ଗିରିଙ୍କୁ ହତ୍ୟା ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଶୁଭ୍ରାଂଶୁ ସ୍ଵାଇଁ ଏବଂ କିଶୋର ପଣ୍ଡା। ଅଜୟଙ୍କୁ ତାଙ୍କ ସହଯୋଗୀ ଶୁଭ୍ରାଂଶୁ ଫାର୍ମ କର୍ମଚାରୀ କିଶୋରଙ୍କ ସହିତ ମିଶି ହତ୍ୟା କରିଥିବା ଶୁକ୍ରବାର ଚାନ୍ଦବାଲି ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛି ପୁଲିସ। ବିବାଦ ଏବଂ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି।

ସୂଚନା ମୁତାବକ, ଭଦ୍ରକ ଚରମ୍ପା ଅଞ୍ଚଳର ଅଜୟ ଓ କେନ୍ଦ୍ରାପଡା ଅଞ୍ଚଳର ଶୁଭ୍ରାଂଶୁ ମିଶି ଚାନ୍ଦବାଲି ବ୍ଲକ ବଙ୍ଗାଳୀପଡ଼ା ଅଞ୍ଚଳରେ କୁକୁଡ଼ା ଫାର୍ମ କରିଥିଲେ। ଗତ ୧୨ ତାରିଖ ରାତିରେ କୌଣସି କାରଣକୁ ନେଇ ଶୁଭ୍ରାଂଶୁ ତାଙ୍କ ସହଯୋଗୀ ଅଜୟଙ୍କୁ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହିତ ଏହି ଘଟଣାରେ ଶୁଭ୍ରାଂଶୁଙ୍କ ହାତ ଥିବା ଜାଣିବାକୁ ପାଇଥିଲା ପୁଲିସ। ଶୁଭ୍ରାଂଶୁ ଲୁହା ରଡରେ ଅଜୟଙ୍କୁ ପିଟି ହତ୍ୟା କରିଥିଲେ। ଏଥିରେ ସହଯୋଗ କରିଥିଲେ କିଶୋର। ହେଲେ ଅଜୟଙ୍କ ମୃତ୍ୟୁ ପରେ ତାହାକୁ ଦୁର୍ଘଟଣାର ରୂପ ଦିଆଯାଇଥିଲା। ସିସିଟିଭି ସଜାଡୁଥିବା ସମୟରେ ଅଜୟ ଖଟ ଉପରୁ ଖସିପଡ଼ି ପ୍ରାଣ ହରାଇଥିବା ଅଭିଯୁକ୍ତମାନେ କହିଥିଲେ। ଏହି ହତ୍ୟା କାଣ୍ଡରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ଦିଗ​‌ରେ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଅରୁପ ଅଭିଷେକ ବେହେରା କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories