www.samajalive.in
Saturday, December 6, 2025
26.1 C
Bhubaneswar

୧୭୦ ମାଓବାଦୀଙ୍କ ଆତ୍ମସମର୍ପଣ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ ପୁଲିସ ନିକଟରେ ୧୭୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏତେ ସଂଖ୍ୟକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ରସ୍ରୋତରେ ସାମିଲ ହେବାକୁ ଆଗେଇ ଆସିବା ସୁରକ୍ଷା ବାହିନୀ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଦଣ୍ଡକାରଣ୍ୟ ଜଙ୍ଗଲରେ ସକ୍ରିୟ ଥିବା ଏହି ମାଓବାଦୀଙ୍କ ସଂଗଠନର ଟପ୍ ନେତା ଭୂପତି ଓରଫ ସୋନୁ ଆତ୍ମସମର୍ପଣ କରିବା ପରେ ଅନ୍ୟ ସଦସ୍ୟମାନେ ଅସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ମାଡ ଡିଭିଜନର ୧୨୦ ଏବଂ କୋୟଲିବେଡା ଡିଭିଜନର ୫୦ ସଦସ୍ୟ ସଂଗଠନ ଛାଡ଼ିଛନ୍ତି।

ଆତ୍ମସମର୍ପଣ କରିଥିବା ଏହି ସଦସ୍ୟମାନଙ୍କୁ ଜଗଦଲପୁର ଅଣାଯିବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏବଂ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କ ଉପସ୍ଥିତିରେ ମାଓବାଦୀମାନେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିବେ।

- Advertisement -

ସୂଚନାଯୋଗ୍ୟ, ମାଓବାଦୀ ନେତା ଭୂପତି କେନ୍ଦ୍ରୀୟ ଆଞ୍ଚଳିକ ବ୍ୟୁରୋ(ସିଆରବି)ର ମଙ୍ଗ ଧରିଥିଲା। ପଲିଟ ବ୍ୟୁରୋ ସଦସ୍ୟ ରୂପେ ସେ ସଂଗଠନର ନୀତି ନିର୍ଦ୍ଧାରଣ କରୁଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories