www.samajalive.in
Saturday, December 6, 2025
26.1 C
Bhubaneswar

ନଦୀକୁ ଡେଇଁ ପଡିଲେ ଯୁବକ: ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

କଟକ: ବୁଧବାର ବିଳମ୍ବିତ ରାତିରେ ମହାନଦୀ ପୋଲରୁ ଜଣେ ଯୁବକ ଡେଇଁ ଗୁରୁତର ହୋଇଛନ୍ତି । ଯୁବକଙ୍କ ନାଁ ସତୀଶ ରାଉତ ଓ ଘର ଗୁଡ଼ିଆ ଅଞ୍ଚଳର । ଦୁର୍ଘଟଣା ଖବର ପାଇ ରାତି ପ୍ରାୟ ୪ଟା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ସେ ଏବେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ତେବେ ଯୁବକ ଜଣଙ୍କ ପୋଲ ତଳକୁ ଡେଇଁବାର ସଠିକ୍ କାରଣ ଜଣାପଡିନାହିଁ ।

ଉଦ୍ଧାର କରିଥିବା ଦଳରେ ଥିବା ଅଗ୍ନିଶମ ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି ଯେ ବଳମ୍ବିତ ରାତିରେ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲୁ । ଏହା ଦୁର୍ଘଟଣା କି ଆତ୍ମହତ୍ୟା ଉଦ୍ୟମ କହି ହେବନି । ଯୁବକଙ୍କ ମୋଟର ସାଇକଲ ପୋଲ ଉପରେ ପଡି ଥିଲେ ବି ବେଶି କିଛି କ୍ଷତି ହୋଇନି । ଯୁବକଙ୍କ ବୟସ ୨୫/୨୬ ବର୍ଷ ହେବ ।
ଯୁବକଙ୍କ ପଟେକରୁ ମୋଟର ସାଇକଲ ଚାବି ମିଳିଛି । ଉଦ୍ଧାର ବେଳେ ତାଙ୍କର ଗୋଡ, ହାତ ଓ କମରରେ ଆଘାତ ଲାଗିଥିବା ଜଣାପଡିଛି । କାହିଁକି ପୋଲ ତଳକୁ ଡେଇଁଲ ବୋଲି ପଚାରିବାରୁ ଯୁବକ ‘ପରେ କହିବି’ ବୋଲି କହିଥିଲେ । ଏହା ଦୁର୍ଘଟଣା ନୁହେଁ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ ବୋଲି ଅନୁମାନ କରାଯାଇ ପାରେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories