www.samajalive.in
Monday, December 8, 2025
20.1 C
Bhubaneswar

ବରିଷ୍ଠ ନେତାଙ୍କୁ ଗୁରୁଦାୟିତ୍ବ ଦେଲେ ନବୀନ

ଭୁବନେଶ୍ବର: ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିକୁ ଯିବା ପରେ ବିଜେଡିକୁ ଘାରିଛି ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚିନ୍ତା। ଜୟଙ୍କୁ ପ୍ରାର୍ଥୀ କରି ନୂଆପଡ଼ାରେ ଅନୁକମ୍ପା ଭୋଟ୍‌ ହାତେଇବାକୁ ଲକ୍ଷ୍ୟ ରଖିଥିଲା ବିଜେଡି। ହେଲେ ଜୟ ବିଜେଡିର ଅଙ୍କକୁ ବିଗାଡ଼ି ଦେଇ ପଦ୍ମ ଧରିଛନ୍ତି। ସମ୍ଭାବ୍ୟ ପ୍ରାର୍ଥୀ ଦଳରୁ ମୁହଁ ଫେରାଇବା ପରେ କାହାକୁ ବିଜେଡି ପ୍ରାର୍ଥୀ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

କ୍ଷମତାରେ ଥିବାବେଳେ ବିଜେଡି ଏପରି ସ୍ଥିତିର ସାମ୍ନା କେବେ କରିନଥିଲା। ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଥାଏ। ସବୁ ଦିଗକୁ ବିଚାର କରି ଦଳ ପ୍ରାର୍ଥୀ ବାଛିଥାଏ। ହେଲେ କ୍ଷମତାରୁ ଯିବା ପରେ ଦଳକୁ ପ୍ରାର୍ଥୀ ମିଳୁନାହାନ୍ତି। ନୂଆପଡ଼ାରେ ପ୍ରାର୍ଥୀ ମନୋନୟନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ କମିଟି ଗଠନ କରି ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି। ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ପ୍ରତାପ କେଶରୀ ଦେବ, କଳିକେଶ ନାରାୟଣ ସିଂହଦେଓ ଓ ଅରୁଣ ସାହୁଙ୍କୁ ପ୍ରାର୍ଥୀ ବାଛିବାର ଗୁରୁଦାୟିତ୍ବ ନ୍ୟସ୍ତ ହୋଇଛି। ଏହି ନେତାମାନେ ନୂଆପଡ଼ା ଯାଇ ସେଠାକାର ସ୍ଥିତି ଦେଖି ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। ନବୀନଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରଦାନ କରିବେ। ସେଥିରୁ ଜଣଙ୍କ ନାଁରେ ନବୀନ ମୋହର ମାରିବା ସହ ପ୍ରାର୍ଥୀ ଘୋଷଣା କରିବେ ବୋଲି ଜଣାପଡ଼ିଛି।

- Advertisement -

ବିଜେଡିର ପ୍ରାର୍ଥୀ ଦୌଡ଼ରେ ଆଗରେ ରହିଛନ୍ତି ନୂଆପଡ଼ା ଜିଲା ସଭାପତି ଅବନୀ ଯୋଶୀ। ସେ ସ୍ବର୍ଗତ ଢୋଲକିଆଙ୍କ ବଡ଼ ସହଯୋଗୀ ଥିଲେ। ଦଳ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ରହିଥିବା ଚର୍ଚ୍ଚା ହେଉଛି। ସେହିପରି ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ, ପୂର୍ବତନ ଜିଲା ବିଜେଡି ସଭାପତି ମନୋଜ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି। ଏହାଛଡ଼ା ବିଜେପିରୁ ଅସନ୍ତୁଷ୍ଟ ନେତାଙ୍କ ଉପରେ ମଧ୍ୟ ବିଜେଡି ନଜର ରଖିଥିବା କୁହାଯାଉଛି। ବିଜେଡି ନେତା ତଥା ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି।

ବିଜେପି ରାଜ୍ୟରେ ପ୍ରଥମ କରି ସରକାର ଗଠନ କରିଥିଲେ ବି ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି। ଏଥିରୁ ବିଜେପିର ପରିସ୍ଥିତି କ’ଣ ରହିଛି ତାହା ବୁଝାପଡ଼ୁଛି। ଏବେବି ବିଜେଡିର ସଙ୍ଗଠନ ସୁଦୃଢ଼ ରହିଛି। ଦଳର ବରିଷ୍ଠ ନେତାମାନେ ନୂଆପଡ଼ା ଯାଇ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। କାହାକୁ ପ୍ରାର୍ଥୀ କଲେ ଦଳ ଜିତିବ ସେନେଇ ଆଲୋଚନା କରାଯିବ। ତୃଣମୂଳସ୍ତରର ନେତା ଓ କର୍ମୀ ଯାହା ନାଁ ସ୍ଥିର କରିବେ, ତାହା ଉପରେ ନବୀନ ପଟ୍ଟନାୟକ ମୋହର ମାରିବେ। ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତା ଥିଲା। ସେ ବିଜେଡି ଓ ଶଙ୍ଖ ଚିହ୍ନରୁ ଜିତିଥିଲେ। ତେଣୁ ବିଜେଡି ସହ ଲୋକ ଅଛନ୍ତି। ବିଜେଡି ସେଠାରେ ଯାହାକୁ ପ୍ରାର୍ଥୀ କରିବ ଭଲ ଭୋଟ ବ୍ୟବଧାନରେ ‌େ‌ସ ଜିତିବ ବୋଲି ବିଜେଡ଼ି ପକ୍ଷରୁ ପ୍ରକାଶ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories