www.samajalive.in
Monday, November 17, 2025
17.1 C
Bhubaneswar

ଅପରେସନ ବ୍ଲୁ-ଷ୍ଟାର ଭୁଲ୍ ନିଷ୍ପତ୍ତି ଥିଲା: ଚିଦମ୍ବରମ୍‌

ନୂଆଦିଲ୍ଲୀ: ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରକୁ ଦଖଲ କରିବା ଲାଗି ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବାଧୀନ ସରକାର ଯେଉଁ ଅଭିଯାନ ‘ଅପରେସନ୍ ବ୍ଲୁ-ଷ୍ଟାର’ କରିଥିଲେ ତାହା ଏକ ଭୁଲ୍ ନିଷ୍ପତ୍ତି ଥିଲା। ଆଉ ଏହି ଭୁଲ୍ ନିଷ୍ପତ୍ତି ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଜୀବନ ଦେବାକୁ ପଡିଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି। ଶନିବାର ଖୁସୱନ୍ତ ସିଂହ ସାହିତ୍ୟ ଉତ୍ସବ ୨୦୨୫ରେ ଯୋଗ ଦେଇ ଚିଦମ୍ବରମ୍ କହିଛନ୍ତି ଯେ ‘ଅପରେସନ୍ ବ୍ଲୁ ଷ୍ଟାର’ ପାଇଁ ସେନା, ପୁଲିସ, ଗୁଇନ୍ଦା ଓ ସାଧାରଣ ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଆଧାରରେ ୧୯୮୪ ଜୁନ୍ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ହୋଇଥିବା ସ୍ବର୍ଣ୍ଣ ମନ୍ଦିରରେ ସଶସ୍ତ୍ର ସେନା ପ୍ରବେଶ କରି ଶିଖ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଜୁନ୍‌ ୬ରେ ଇନ୍ଦିରା ଗାନ୍ଧୀ ସେନାକୁ ସ୍ବର୍ଣ୍ଣ ମନ୍ଦିରରେ ପ୍ରବେଶ ଲାଗି ନିର୍ଦେଶ ଦେଇଥିଲେ।

ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେଙ୍କ ନେତୃତ୍ବରେ ଶିଖ୍ ଆତଙ୍କବାଦୀମାନେ ଚଳାଇଥିବା ଆତଙ୍କବାଦକୁ ଦମନ କରିବା ଲାଗି ଇନ୍ଦିରା ଏହି ନିର୍ଦେଶ ଦେଇଥିଲେ। ସ୍ବର୍ଣ୍ଣ ମନ୍ଦିରରେ ଶିଖ ଆତଙ୍କବାଦୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ଏଠାରେ ଅନେକ ଆତଙ୍କବାଦୀ ଆତ୍ମଗୋପନ କରିଥିଲେ। ‘ଅପରେସନ୍ ବ୍ଲୁ ଷ୍ଟାର’ର କିଛି ମାସ ପରେ ୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ନେବା ପୂର୍ବକ ଇନ୍ଦିରାଙ୍କୁ ତାଙ୍କର ଦୁଇ ଜଣ ଅଙ୍ଗରକ୍ଷୀ  ବିୟନ୍ତ ସିଂହ ଓ ସତୱନ୍ତ ସିଂହ ଗୁଳିକରି ହତ୍ୟା କରିଥିଲେ।

- Advertisement -

ଚିଦମ୍ବରମ୍‌ଙ୍କ ଆଜିର ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ନେତୃବୃନ୍ଦ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଂଗ୍ରେସ​‌ ନେତା ରସିଦ୍ ଆଲଭି କହିଛନ୍ତି ଯେ ଚିଦମ୍ବରମଙ୍କୁ ଏପରି ମନ୍ତବ୍ୟ ଦେବାକୁ ବାଧ୍ୟ କରାଯାଉଛି। କାରଣ ତାଙ୍କ ବିରୋଧରେ ଅନେକ ମାମଲା ରହିଛି। ମାମଲାରେ ଗିରଫ ହେବାର ଭୟରେ ସେ ଏପରି ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ତେବେ କଂଗ୍ରେସ ଦଳ ଠାରୁ ସବୁକିଛି ହାସଲ କରିଥିବା ଚିଦମ୍ବରମ୍ ଏପରି ମନ୍ତବ୍ୟ ଦେବା ସମୟରେ ସତର୍କ ରହିବା ଦରକାର। କାରଣ ଏହାଦ୍ବାରା କଂଗ୍ରେସ ସାଧାରଣରେ ନିନ୍ଦିତ ହେଉଛି। କଂଗ୍ରେସ ନେତୃତ୍ବ ୟୁପିଏ ସରକାର ସମୟରେ ଚିଦମ୍ବରମ୍ ସ୍ବରାଷ୍ଟ୍ର ଓ ଅର୍ଥଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ। କିଛି ଦିନ ତଳେ ଚିଦମ୍ବରମ୍ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଅନୁରୂପ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଆମେରିକା ଓ ଆନ୍ତର୍ଜାତିକ ଚାପ ଯୋଗୁଁ ୨୦୦୮ ମୁମ୍ବଇ ଆକ୍ରମଣ ପରେ ମନମୋହନ ସିଂହଙ୍କ ନେତୃତ୍ବାଧୀନ ତତ୍କାଳୀନ ୟୁପିଏ ସରକାର ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୂଞ୍ଚା ଦେଇଥିଲା।

 

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories