www.samajalive.in
Monday, December 8, 2025
20.1 C
Bhubaneswar

ମୌସୁମି ଆଣିଥିଲା ୧୫ ଲଘୁଚାପ

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଓଡ଼ିଶା ଛାଡ଼ିବା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର-ପଶ୍ଚିମ ଜିଲାଗୁଡ଼ିକରୁ ମୌସୁମି ବାୟୁ ଫେରିଯିବା ପାଇଁ ପାଗ ଅନୁକୂଳ ଅଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଆଦି ଜିଲାରୁ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ଭିତରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ବିହାରର କିଛି ଅଞ୍ଚଳରୁ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ କରିବ। ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ରାଜ୍ୟରୁ ମୌସୁମି ବାୟୁ ସମ୍ପୂର୍ଣ୍ଣ ଭାବେ ଫେରିଯିବ। ପଶ୍ଚିମବଙ୍ଗ, ସିକିମ, ଓଡ଼ିଶା ଏବଂ ତେଲଙ୍ଗାନା ରାଜ୍ୟର କିଛି ସ୍ଥାନରୁ ମୌସୁମି ବାୟୁ ବାହୁଡ଼ିବା ପାଇଁ ପାଗ ଅନୁକୂଳ ଅଛି। ଚଳିତ ବର୍ଷ ରାଜ୍ୟକୁ ମୌସୁମି ବାୟୁ ନିର୍ଦ୍ଧାରିତ ସମୟରୁ ଦୁଇ ସପ୍ତାହ ଆଗୁଆ ଆସିଥିବା ବେଳେ ସ୍ବାଭାବିକ ଫେରିଛି।

- Advertisement -

ଚଳିତ ବର୍ଷ ମେ’ ୨୮ରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ରାଜ୍ୟକୁ ସ୍ପର୍ଶ କରିଥିଲା। ସ୍ବାଭାବିକ ଭାବେ ଜୁନ ୧୫ସୁଦ୍ଧା ରାଜ୍ୟକୁ ମୌସୁମି ବାୟୁ ଆଗମନ କରିଥାଏ। ଏସନ ଦୁଇ ସପ୍ତାହ ଆଗୁଆ ଆସିଥିଲା। ସେହିପରି ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟରୁ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ କରିଥାଏ। ଅକ୍ଟୋବର ୧୩ରେ ମୌସୁମି ବାୟୁ ଫେରିବା ପାଇଁ ପାଗ ଅନୁକୂଳ ଥିବାରୁ ଏହା ସ୍ବାଭାବିକ ମୌସୁମି ପ୍ରତ୍ୟାବର୍ତ୍ତନ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି।

ଚଳିତ ବର୍ଷ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସ୍ୱାଭାବିକ ବର୍ଷିଛି। ଜୁନ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟର ସ୍ୱାଭାବିକ ବର୍ଷା ୧୧୫୦.୨ମି.ମି. ତୁଳନାରେ ୧୧୫୦.୯ମି.ମି. ବର୍ଷା ହୋଇଛି। ସର୍ବାଧିକ ବର୍ଷା କୋରାପୁଟ ଜିଲାରେ ୧୫୮୬.୧ ମି.ମି. ଏବଂ ସର୍ବନିମ୍ନ ପୁରୀ ଜିଲାରେ ୭୪୫.୧ମି.ମି. ରେକର୍ଡ ହୋଇଛି। ପୁରୀ ୨୮%, ଖୋର୍ଦ୍ଧା ୨୦% ଏବଂ କଳାହାଣ୍ଡିରେ ୨୫% ନିଅଣ୍ଟିଆ ବର୍ଷା ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡା ଏବଂ କୋରାପୁଟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅବଶିଷ୍ଟ ୨୧ ଜିଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅଗ୍ରସର ପରଠାରୁ ଏଯାବତ ରାଜ୍ୟକୁ ପ୍ରଭାବିତ କରିବା ଭଳି ୧୫ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଚଳିତ ମୌସୁମି ପରବର୍ତ୍ତୀ ଋତୁ ଅକ୍ଟୋବର ପହିଲାରୁ ୧୨ତାରିଖ ସୁଦ୍ଧା ରାଜ୍ୟର ସ୍ବାଭାବିକ ବର୍ଷା ୫୮.୯ମି.ମି. ଥିବାବେଳେ ୧୦୧.୫ମି.ମି. ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories