www.samajalive.in
Thursday, November 13, 2025
25.1 C
Bhubaneswar

ଆମେରିକା ବାର୍‌ରେ ଗୁଳିକାଣ୍ଡ: ୪ ମୃତ, ୨୦ ଆହତ

କଲମ୍ବିଆ: ଆମେରିକାର ଦକ୍ଷିଣ କାରୋଲିନା ପ୍ରଦେଶସ୍ଥିତ ଏକ ବାର୍‌ରେ ଦିବାଲୋକରେ ଗୁଳିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହେବା ସହ ୨୦ଜଣ ଆହତ ହୋଇଛନ୍ତି। ଦକ୍ଷିଣ କାରୋଲିନାର ସେଣ୍ଟ ହେଲେନା ଦ୍ବୀପର ସବୁଠାରୁ ଜନଗହଳିପୂର୍ଣ୍ଣ ବାର୍ ୱିଲ୍‌ସ ବାର ଆଣ୍ଡ ଗ୍ରିଲ୍‌ରେ ଏହି ଗୁଳିକାଣ୍ଡ ଘଟିଛି। ବିୟୁଫର୍ଟ କାଉଣ୍ଟି ମୁଖ୍ୟ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ଗୁଳିକାଣ୍ଡ ପଛର କାରଣ କ’ଣ ଜଣାପଡି ନାହିଁ। ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ ଫେରାର ହୋଇଯାଇଛି। ପୋଲିସ କହିଛି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଏହାର ଗମ୍ଭୀରତାର ସହ ତଦନ୍ତ କରାଯାଉଛି ।

ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଗୁଳିକାଣ୍ଡ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ସେମାନେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜୁଛନ୍ତି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories