ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ୱରରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ସଂପୃକ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଇନଫୋସିଟି ଥାନା ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ତେବେ ସ୍ଥାନୀୟ ଲୋକଙ୍କୁ ପୁଲିସର ପଚରାଉଚରା ପରେ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଜଣାପଡିଛି । ଯୁବକଙ୍କ ମୁଣ୍ଡକୁ ପଥରରେ ଅତି ଅମାନୁଷିକ ଭାବେ ଛେଚି କିଏ ଓ କାହିଁକି ହତ୍ୟା କଲା ତାହାର ଖୋଳତାଡ କରୁଛି ପୁଲିସ ।




