www.samajalive.in
Monday, December 8, 2025
27.1 C
Bhubaneswar

ଗାଜାରେ ଯୁଦ୍ଧ ଶେଷ କହିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧ ଶେଷ ହୋଇଛି । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ଶାନ୍ତି ପ୍ରସ୍ତାବରେ ଉଭୟ ଇସ୍ରାଏଲ ଏବଂ ହମାସ ସ୍ୱାକ୍ଷର କରିବେ । ଇଜିପ୍ଟର ଶାର୍ମ ଏଲ୍‍- ଶେଖରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ ଓ ମିଶରର ରାଷ୍ଟ୍ରପତି ଅବଦେଲ ଫତାହ ଅଧ୍ୟକ୍ଷତା କରିବେ । ୨୦ରୁ ଅଧିକ ବିଶ୍ୱ ନେତା ମଧ୍ୟ ଏଥିରେ ସାମିଲ ହେବେ ବୋଲି ଜଣାପଡିଛି । ଭାରତ ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଯୋଗ ଦେବେ ।

ତେବେ ଗାଜା ଏବଂ ଇସ୍ରାଏଲ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଇସ୍ରାଏଲ ଗସ୍ତ କରୁଛନ୍ତି । ଗସ୍ତ ପୂର୍ବରୁ ସେ ବହୁତ ଉତ୍ସାହିତ ଥିବା ଜଣାପଡୁଛନ୍ତି । ଗସ୍ତ ପୂର୍ବରୁ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ସୋମବାର ଇସ୍ରାଏଲୀ ବନ୍ଦୀମାନଙ୍କୁ ମୁକ୍ତ କରିବ ହମାସ । ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ତିନୋଟି ପୃଥକ ଗୋଷ୍ଠୀରେ ହେବ । ଏହି ବନ୍ଧକମାନଙ୍କୁ ହମାସ ଦ୍ୱାରା ଅନ୍ତର୍ଜାତୀୟ ରେଡକ୍ରସ ସହାୟତାରେ ମୁକ୍ତ କରାଯିବ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories