www.samajalive.in
Friday, December 5, 2025
23.1 C
Bhubaneswar

ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା; ଅଧ୍ୟାପକ ମୃତ, ୨ ଗୁରୁତର

ଦୌଦ୍ଧ: ବୌଦ୍ଧ  ଜିଲା ମସିଣାପଡ଼ା ଛକଠାରେ ଶନିବାର ଦୁଇଟି ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଅଧ୍ୟାପକ ହେଲେ ବାଉଁଶୁଣି ମା’ ମାହେଶ୍ବରୀ କଲେଜର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଡକ୍ଟର ମନୋରଞ୍ଜନ ଘଡ଼େଇ। ଅଧ୍ୟାପକ ଶ୍ରୀ ଘଡ଼େଇ ଘରୁ କଲେଜ ଯିବା ସମୟରେ ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ମସିଣାପଡ଼ା ଛକଠାରେ ଅନ୍ୟ ଏକ ବୁଲେଟ୍ ସହିତ ତାଙ୍କ ବୁଲେଟ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଅଧ୍ୟାପକ ଡକ୍ଟର ଘଡ଼େଇ ପ୍ରାଣ ହରାଇଥିଲେ। ଅନ୍ୟ ଦୁଇ ଗୁରୁତରଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ମା’ ମାହେଶ୍ବରୀ କଲେଜ ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଡକ୍ଟର ଘଡ଼େଇ ଦୀର୍ଘ ବର୍ଷ ହେଲା ମା’ ମାହେଶ୍ବରୀ କଲେଜରେ ଅଧ୍ୟାପନା କରୁଥିଲେ।

ସୂଚନାଯୋଗ୍ୟ, ଅଧ୍ୟାପକ ଶ୍ରୀ ଘଡ଼େଇଙ୍କ ନିଜ ଘର ବାଲେଶ୍ଵର ଜିଲା ସୋର ବ୍ଲକ ଅନ୍ତର୍ଗତ ନିମ୍ନିଗଡ଼ିଆ ଗ୍ରାମରେ। ସେ କେଶରୀପୁର ଶତ୍ରୁଘ୍ନନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଛାତ୍ର ଥିଲେ। ତାଙ୍କ ବିୟୋଗରେ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories