www.samajalive.in
Monday, December 8, 2025
27.1 C
Bhubaneswar

ଗୋପବନ୍ଧୁଙ୍କ ନାମରେ ନାମିତ ହେଉ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମରେ ନାମିତ ହେଉ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏହା ହେବ ଉତ୍କଳମଣିଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। ବିଭିନ୍ନ ଅନୁଷ୍ଠାନର ଏହି ଦାବିକୁ ଉପେକ୍ଷା କରୁଛନ୍ତି ରାଜ୍ୟ ସରକାର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛିଦିନ ତଳେ ଏଥିପାଇଁ ସ୍ପଷ୍ଟ ମତ ଦେଇଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ଏଥିଯୋଗୁଁ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ସ୍ୱାଭିମାନର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ତାଙ୍କରି ପବିତ୍ର ଜନ୍ମ ଓ ସାଧନା ପୀଠ ସତ୍ୟବାଦୀରେ ପ୍ରତିଷ୍ଠା ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ସମେତ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ଏହି ବିଶ୍ବବିଦ୍ୟାଳୟ ଉତ୍ସର୍ଗୀକୃତ। ଉତ୍କଳମଣିଙ୍କ ମାନସ ସନ୍ତାନ ସତ୍ୟବାଦୀ ବନ ବିଦ୍ୟାଳୟ ସମ୍ମୁଖରେ ଏହା ଦଣ୍ଡାୟମାନ। ଏହି ବିଶ୍ବବିଦ୍ୟାଳୟ ୨୦୨୩ ସେପ୍ଟେମ୍ବର ୫ରୁ ଜନ୍ମ ନେଇଛି। ଗତବର୍ଷ ଜାନୁଆରୀ ୨୪ରୁ ନିଜସ୍ବ ସୁଦୃଶ୍ୟ କୋଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି। ଏହି ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେବା ଦିନଠାରୁ ଗୋପବନ୍ଧୁଙ୍କ ନାମରେ ନାମିତ କରାଯିବାକୁ ବହୁ ସଂଗଠନ ଓ ବିଶିଷ୍ଟ ବ୍ୟକ୍ତି ଦାବି କରି ଆସୁଛନ୍ତି। ଗୁରୁବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହେବାକୁ ଯାଉଛି।

- Advertisement -

ତେଣୁ ଏହି ଅବସରରେ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଗୋପବନ୍ଧୁଙ୍କ ନାମରେ ନାମିତ କରିବା ପାଇଁ ପୁଣିଥରେ ଦାବି ଜୋର୍‌ ଧରିଛି। ପୁରୀ ବିକାଶ ପରିଷଦ ଓ ପୁରୀ ଆଇନଜୀବୀ ସଂଘ ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ ବୁଧବାର ଅନୁରୋଧ କରାଯାଇଛି। ଗୋପବନ୍ଧୁଙ୍କ ଜନ୍ମପୀଠ ସମେତ ସୁଆଣ୍ଡୋ ଗ୍ରାମକୁ ପୂର୍ବ ବିଜେଡି ସରକାର ଐତିହ୍ୟ ସ୍ଥଳ ଭାବେ ବିକାଶ କରିଥିଲେ। ତେଣୁ ଏବର ବିଜେପି ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ନାମକରଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଏହି ଦାବି ସପକ୍ଷରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ହରେକୃଷ୍ଣ ଶତପଥୀ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦେଶକ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଓଡ଼ିଶା ପୂଜ୍ୟପୂଜା ସଂସଦ ସଭାପତି କୃଷ୍ଣ ଜଗଦେବ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦାବି ଯଥାଶୀଘ୍ର ପୂରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ କହିଛନ୍ତି ଏହା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପ୍ରସ୍ତାବ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରି ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଗୋପବନ୍ଧୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମକରଣ କରାଯାଇ ପାରିବ। ତେବେ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories