www.samajalive.in
Friday, December 5, 2025
23.1 C
Bhubaneswar

ପବିତ୍ର କାର୍ତ୍ତିକ ମାସ କୋଠଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡିଆ

ପିପିଲି :ପବିତ୍ର କାର୍ତ୍ତୀକ ମାସରେ ପୁରୀ ଶ୍ରୀମନ୍ଦିରରେ କୋଠଭୋଗ ପାଇଁ ପିପିଲି ଅଞ୍ଚଳରୁ ନଡିଆ ପଠାଯାଇଛି । ଓରକଳ ପଞ୍ଚାୟତ ଅନ୍ତର୍ଗତ ଗୋବର୍ଦ୍ଧନପୁର ସ୍ଥିତ ପ୍ରଭୁ ଶ୍ରୀ ଗତିଶ୍ୱରଦେବଙ୍କ ପୀଠରୁ ବୁଧବାର ନାମସଂକୀର୍ତ୍ତନ ସହ ଏକ ସ୍ୱତନ୍ତ୍ର ଗାଡିଯୋଗେ ଶ୍ରୀମନ୍ଦିରକୁ ୯ଶହରୁ ଊର୍ଦ୍ଧ୍ବ ନଡିଆ ପଠାଯାଇଛି । ଗତ ୨୦୧୫ ମସିହାରୁ ଦୀର୍ଘ ୧୦ବର୍ଷ ଧରି କାର୍ତ୍ତୀକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠଭୋଗ ଲାଗି ପିପିଲି ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଏହି ନଡିଆ ପଠାଇ ଆସୁଛନ୍ତି ।

ଗୋବର୍ଦ୍ଧନପୁର ଅଞ୍ଚଳର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ବର୍ଷ ଏହି ସେବାକାର୍ଯ୍ୟ ଜାରି ରହିଛି । ଗତବର୍ଷ ୨୪ଶହ କଡା (ଗୋଟା) ନଡିଆ ଶ୍ରୀମନ୍ଦିରକୁ ପଠାଯାଇଥିବା ବେଳେ ଚଳିତ ବର୍ଷ ଓରକଳ ପଞ୍ଚାୟତ, ପମସରା ପଞ୍ଚାୟତ, ପୋପରଙ୍ଗା ପଞ୍ଚାୟତ, ଗୋବିନ୍ଦପୁର ପଞ୍ଚାୟତ ଓ ଜଗନ୍ନାଥପୁର ପଞ୍ଚାୟତରୁ ସଂଗୃହିତ ୯ଶହରୁ ଊର୍ଦ୍ଧ୍ବ ନଡିଆ ପଠାଯାଇଛି । ମହାପ୍ରଭୁଙ୍କ କୋଠଭୋଗ ପାଇଁ ପଠାଯାଇଥିବା ଏହି ନଡିଆକୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଠାରେ ଭାରପ୍ରାପ୍ତ କୋଠଭୋଗ ସହକାରୀଙ୍କୁ ପ୍ରଦାନ କରାଯାଇଥିଲା । ମହାପ୍ରଭୁଙ୍କ ସେବା ଲାଗି ନଡିଆ ପ୍ରଦାନ କରି ପିପିଲି ଅଞ୍ଚଳର ଶ୍ରଦ୍ଧାଳୁମାନେ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories