www.samajalive.in
Friday, December 5, 2025
27.1 C
Bhubaneswar

ଆଇପିଏସ୍‍ ଅଧିକାରୀଙ୍କ ଆତ୍ମହତ୍ୟା ମାମଲାରେ ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାରେ ଏକ ବଡ ଖୁଲାସା ହୋଇଛି । ମିଳିଥିବା ସୂଚନା ଅନୁସାରେ ୧୦ଜଣ ଆଇପିଏସ ଅଧିକାରୀ ତାଙ୍କୁ ନିର୍ଯାତନା ଦେବାର ଅଭିଯୋଗ ଆଣିଥିଲେ । ସେ ତାଙ୍କର ୮ପୃଷ୍ଠାର ସୁଇସାଇଡ ନୋଟରେ ଏହା ଉଲ୍ଲେଖ କରିଛନ୍ତି ।
ସୁଇସାଇଡ୍‍ ନୋଟକୁ ପରୀକ୍ଷା ପାଇଁ ଫୋରେନସିକ୍‍ ଲ୍ୟାବକୁ ପଠାଯାଇଛି । ଲ୍ୟାବ ରିପୋର୍ଟ ଆସିବା ପରେ ହିଁ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ପଷ୍ଟ ହେବ । ବର୍ତ୍ତମାନ କୁହାଯଶିପାରେ ଯେ ଆଇପିଏସ୍‍ ଅଧିକାରୀ ପୁରନ କୁମାର ଆତ୍ମହତ୍ୟା ମାମଲା ଏବେ ନୂଆ ମୁହଁ ପ୍ରକାଶ ପାଇପାରେ । ସରକାର ଏହି ମାମଲା ଉପରେ କଡା ନଜର ରଖିଛନ୍ତି ।
ଏହି ମାମଲା ହରିୟାଣା ପୁଲିସ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଛି । ଗୋଟିଏ ପଟେ, ପୁରନ କୁମାରଙ୍କ ବନ୍ଧୁକଧାରୀ ସୁଶୀଲ କୁମାର ଏକ ଲାଞ୍ଚ ଦୁର୍ନୀତିରେ ଜଡିତ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୁରନ କୁମାରଙ୍କ ଆତ୍ମହତ୍ୟା ନୋଟରେ ଆଇପିଏସ୍‍ ଅଧିକାରୀଙ୍କ ନାମ ଉଲ୍ଳେଖ ରହିଛି । ଉଭୟ ମାମଲା ହରିୟାଣା ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories