www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକାରେ ଅଫିମ ବିକ୍ରି କରୁଥିବା ଅଭିଯୋଗରେ ଭାରତୀୟ ଯୁବକ ଗିରଫ

ନୂଆଦିଲ୍ଲୀ: ଆମେରିକାର ଅରଙ୍କସାସରୁ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ କପିଲ ବୋଲି ଜଣାପଡିଛି। କପିଲଙ୍କ ବିରୋଧରେ ଅଫିମ ବିକ୍ରି କରୁଥିବା ଅଭିଯୋଗ ଲାଗିଛି। ତାଙ୍କ ଭିସା ରଦ୍ଦ କରାଯାଇଛି। ଘଟଣାଟି ମଇ ମାସର। ପୁଲିସ ଟ୍ରାଫିକ୍ ଚେକିଂ ସମୟରେ କପିଲଙ୍କ ଗାଡିରୁ ଏକ ଛୋଟ ବୋତଲ ଜବତ କରିଥିଲା। ଅଫିମ ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା।

ଅରଙ୍କସାସ ରାଜ୍ୟ ଅପରାଧ ପ୍ରଯୋଗଶାଳା ପରେ ସୂଚନା ଦେଇଛି କି ବୋତଲରେ ଅଫିମ ନୁହେଁ, ବରଂ ପରଫ୍ୟୁମ ଥିଲା। ଏହା ସତ୍ତ୍ବେ କପିଲଙ୍କୁ ୩ ଦିନ ଜେଲରେ ବିତାଇବାକୁ ପଡିଥିଲା। ଭିସା ସମାପ୍ତ ନେଇ କପିଲଙ୍କ ଓକଲି ପ୍ରଶାସନିକ ଭୁଲ୍ ବୋଲି ଦର୍ଶାଇଥିଲେ। ଗିରଫ ପରେ କପିଲଙ୍କୁ ଲୁଇସିୟାନାର ଏକ ସଂଘୀୟ ଇମିଗ୍ରେସନ ସେଣ୍ଟର ପଠାଯାଇଥିଲା ଯେଉଁଠାରେ ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ ହେପାଜତରେ ରଖାଗଲା। ୨୦ ମଇରେ ମାଦକ ପଦାର୍ଥ ଅଭିଯୋଗ ହଟାଇ ଦିଆଗଲା କିନ୍ତୁ ହେପାଜତ ସମୟରେ ତାଙ୍କ ଭିସା ରଦ୍ଦ କରିଦିଆଗଲା।

- Advertisement -

କପିଲଙ୍କ ଓକିଲଙ୍କ ଅନୁସାରେ ଏବେ ତାଙ୍କୁ ନିର୍ବାସନ ଯୋଗ୍ୟ ଘୋଷିତ କରାଯାଇଛି । ଏହା ଫଳରେ କୌଣସି ସାଧାରଣ ନିୟମ ଉଲ୍ଲଙ୍ଘନ ବା ଛୋଟ ଅପରାଧ ପାଇଁ ତାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରାଯାଇପାରେ। ଏହା ଫଳରେ ତାଙ୍କ ଚାକିରି ଉପରେ ପ୍ରଭାବ ମଧ୍ୟ ପଡିପାରେ। ତାଙ୍କ ପରିବାର ଲୋକଙ୍କ କହିବାନୁସାରେ କୋର୍ଟ ଖର୍ଚ୍ଚ ପାଇଁ ସେମାନେ ଆର୍ଥକ ସମସ୍ୟା ଭୋଗୁଛନ୍ତି। ପରିବାରର ସମସ୍ତ ସଞ୍ଚୟ ସମାପ୍ତ ହେବାକୁ ବସିଛି। ତାଙ୍କ ପୁଅ ଭଲରେ ଫେରିଆସୁ ବୋଲି ସେମାନେ କାମନା କରିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories