www.samajalive.in
Friday, December 5, 2025
23.1 C
Bhubaneswar

ଶିକ୍ଷକଙ୍କ ହାତଗୋଡ ବାନ୍ଧି ପୋଖରୀରେ ଫିଙ୍ଗିଦେଲେ, ମୃତଦେହ ଉଦ୍ଧାର

ଧାମରା: ବାଂଶଡା ଥାନା ଅଧୀନ ନଳ ଗୋହିରା ପଂଚାୟତ କରଣ ପୋଖରୀ ଗ୍ରାମର ଏକ ପୋଖରୀରୁ ପୂର୍ବତନ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣୀ ନାୟକଙ୍କ ହାତ ଗୋଡବନ୍ଧା ମୃତଦେହ ଉଦ୍ଧାର ହୋଇଛି। ଘରଠାରୁ ୨୦୦ ମିଟର ଦୂରରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ବାଂଶଡା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଶିକ୍ଷକଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକେ ସୋମବାର ସକାଳେ ପୋଖରୀ ପାଖରେ ଏକ ମୃତଦେହ ଭାସିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଦେଖିବା ବେଳକୁ ଉକ୍ତ ଶିକ୍ଷକଙ୍କ ହାତଗୋଡ ବନ୍ଧା ଥିବା ଦେଖିବାକୁ ପାଇଥିଲେ। ପ୍ରାଥମିକ ତଦନ୍ତରେ ମୃତକଙ୍କ ହାତ ଓ ବେକ ରସିରେ ବନ୍ଧା ଅବସ୍ଥାରେ ମିଳିଥିବାରୁ ହତ୍ୟା ସନ୍ଦେହ ଜନ୍ମ ନେଇଛି। ପୁଲିସ ମୃତକଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିଛି। ପରିବାରଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories