ବାସୁଦେବପୁର: ବାସୁଦେବପୁର ବ୍ଲକ ଗୋବିନ୍ଦପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ପ୍ରତିବାଦରେ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ କରାଯାଇଥିଲା। ସୋମବାର ପୂର୍ବାହ୍ନରେ ବ୍ଲକ ପରିସରରେ କର୍ମଚାରୀମାନେ ଏକଜୁଟ ହୋଇ ଘଟଣାର ପରିବାଦ କରବାସହ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ତେବେ ବିବାଦର ଆପୋସ ସମାଧାନ ପରେ କର୍ମଚାରୀମାନେ ଧାରଣାରୁ ଉଠିଛନ୍ତି।
ସୂଚନାଯୋଗ୍ୟ,ସେପ୍ଟେମ୍ବର ୧୪ ତାରିଖରେ ବାପାର ମୃତ୍ୟୁ ପରେ ପୁଅ ଓ ସମ୍ପର୍କୀୟ ବାର୍ଦ୍ଧକ୍ୟଭତ୍ତା ଅର୍ଥ ନେବାକୁ ଦାବି କରିଥିଲେ। ଦାୟିତ୍ୱରେ ଥିବା କର୍ମଚାରୀ ଟଙ୍କା ଦେବାକୁ ମନା କରିବାରୁ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ଆଜିର କଲମଛାଡ ଆନ୍ଦୋଳନ ପରେ ପୁଲିସ ପ୍ରଶାସନ ମାଡ଼ ମାରିଥିବା ଯୁବକକୁ ଅଟକ ରଖି ଧାରଣାସ୍ଥଳକୁ ଆଣିଥିଲା। ପୁଲିସ ପ୍ରଶାସନ ଉଦ୍ୟମରେ ଆପୋସ ସମାଧାନ କରାଯିବା ପରେ ଧାରଣା ହଟିଛି।



