www.samajalive.in
Friday, December 5, 2025
27.1 C
Bhubaneswar

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ

କେସିଙ୍ଗା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିସ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ।  ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ଦାସ ପରିବାର ସହିତ ବିଭିନ୍ନ ଦର୍ଶନୀୟ ପୀଠ ଓ ସ୍ଥାନକୁ ପରିଭ୍ରମଣରେ ଆସିଥିବା ବେଳେ କଳାହାଣ୍ଡି ମାଣିକେଶ୍ୱରୀ ଦର୍ଶନ ପାଇଁ ଆସୁଥିଲେ ।

ଶୁକ୍ରବାର କେସିଙ୍ଗା କିନେରକେଲା ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଗାଢ଼ରେ ତାଙ୍କ ଗାଡି ପଡିଯାଇଥିଲା । ଏହା ପରେ ତାଙ୍କ ଗାଡିର ଦୁଇଟି ଚକ ଫାଟି ଯିବା ସହ ଗାଡି ଭାରସାମ୍ୟ ହରାଇଥିଲା । ହେଲେ କୌଣସି ମତେ ଗାଡିଟିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଚାଳକ । ପରେ ଅନ୍ୟ ଏକ ଗାଡ଼ିରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କୁ ଭବାନୀପାଟଣା ପଠାଯିବା ସହିତ ଗାଡ଼ିରେ ନୂତନ ଟାୟାର ଲଗାଯାଇଥିଲା । ଜାତୀୟ ରାଜପଥର ଅନେକ ସ୍ଥାନରେ ଗାଢ଼ ଥିବା ସତ୍ବେ ଏହାକୁ ମରାମତି କରାଯାଉନଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା କୁହାଯାଉଛି ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories