ରଣପୁରଗଡ: ସରକାର ଆବାସ ଯୋଜନାକୁ ସ୍ୱଛ ଓ ଦୁର୍ନୀତି ମୁକ୍ତ ପାଇଁ ଅନଲାଇନ ତାଲିକା ପ୍ରକାଶନ କରିଛନ୍ତି। ତାଲିକାରେ ହିତାଧିକାରୀଙ୍କ ନା ଅନ୍ୟ ଗ୍ରାମ ପଞ୍ଚାୟତରେ ପ୍ରକାଶନ ଯେ।ଗୁ ୧୦ ବର୍ଷ ହେଲା ଆବାସ ଯୋଜନାରୁ ବଞ୍ଚିତ ସହ ତାଲିକାରୁ ନା କଟିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ କାସନ୍ଦା ଗ୍ରାମ ପଞ୍ଚାୟତ ୭ ନମ୍ବର ୱାର୍ଡ ବରପଲ୍ଲୀ ଗ୍ରାମର ଯେ।ଗ୍ୟ ହିତାଧିକାରୀଙ୍କ ନାମ ରାଇପଡା ଗ୍ରାମ ପଞ୍ଚାୟତ ବରପଲ୍ଲୀ ତାଲିକାରେ ରହିଥିଲା। ସେ ସର୍ଭେ ସମୟରେ ସେଭଳି ନାମଧାରୀ ବ୍ୟକ୍ତି ରାଇପଡା ବରପଲ୍ଲୀରେ ନଥିବାରୁ ତଦନ୍ତକାରୀ ତାଲିକାରୁ ସେମାନଙ୍କ ନାମ ଡିଲିଟ କରିଛନ୍ତି। ତେଣୁ ଏବେବି କାସନ୍ଦା ବରପଲ୍ଲୀ ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚିତ। ନୟାଗଡ଼ ଜିଲ୍ଲାପାଳ ଓ ରାଜ୍ୟ ଉଚ୍ଚ ଅଧିକାରୀ ଦୣଷ୍ଟି ଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।
Popular Categories



