www.samajalive.in
Friday, December 5, 2025
27.1 C
Bhubaneswar

ଓଡିଶାକୁ ମିଳିଲା ଟିକସ ହସ୍ତାନ୍ତରର ଅଗ୍ରୀମ କିସ୍ତି ୪୬୦୧ କୋଟି

ଡେସ୍କ: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ/କଲ୍ୟାଣ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଇବା ପାଇଁ କେନ୍ଦ୍ର ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର କରିଥିବାବେଳେ ଓଡିଶା ସରକାରକୁ ୪୬୦୧ କୋଟି ଟଙ୍କା ଦେଇଛନ୍ତି ।

ଅର୍ଥ ଯୋଗାଇବା ପାଇଁ, କେନ୍ଦ୍ର ସରକାର ୨୦୨୫ ମସିହା ଅକ୍ଟୋବର ୧୦ ତାରିଖରେ ଜାରି ହେବାକୁ ଥିବା ସାଧାରଣ ମାସିକ ହସ୍ତାନ୍ତର ବ୍ୟତୀତ ୨୦୨୫ ଅକ୍ଟୋବର ୧ ତାରିଖରେ ରାଜ୍ୟ ସରକାରମାନଙ୍କୁ ଅତିରିକ୍ତ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର ଜାରି କରିଛନ୍ତି।

- Advertisement -

ଏହି ତାଲିକାରେ ଉତ୍ତରପ୍ରଦେଶକୁ ୧୮,୨୨୭ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ବିହାରକୁ ୧୦,୨୧୯ କୋଟି, ପଶ୍ଚିମବଙ୍ଗକୁ ୭୬୪୪ କୋଟି, ମଧ୍ୟପ୍ରଦେଶକୁ ୭୯୭୬ କୋଟି ଓ ମହାରାଷ୍ଟ୍ରକୁ ୬୪୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories