www.samajalive.in
Friday, December 5, 2025
27.1 C
Bhubaneswar

ମାଲକାନଗିରି ମୋଟୁରେ ‘ଗାନ୍ଧୀ ପଥେ ପଦଯାତ୍ରା’ ଆରମ୍ଭ

ଡେସ୍କ: ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀରେ ଓଡିଶାରେ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛି କଂଗ୍ରେସ। ମାଲକାନଗିରିର ମୋଟୁସ୍ଥିତ ତିନି ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ମୋଟୁଠାରେ ନବନିଯୁକ୍ତ ଡିସିସି ସଭାପତି ଶ୍ରୀନିବାସ ରାଓଙ୍କ ଅଧ୍ୟକ୍ଷତାରେ ତଥା ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ଶ୍ରୀ ଦାସ କହିଛନ୍ତି, ତିନି ନଦୀର ସଙ୍ଗମ, ଚାରି ରାଜ୍ୟର ମିଳନ ସ୍ଥଳରେ ଫୋନ୍ ନେଟୱର୍କ ନାହିଁ; ବିକାଶ ନାହିଁ। ସବୁ ଥାଇ ଏହା ଏକ ପର୍ଯ୍ୟଟନ ସ୍ଥଳ ହେଲାନାହିଁ। ହାସ୍ୟାସ୍ପଦ କଥା ହେଲା, କ୍ଷମତାରେ ଥିବାବେଳେ ପୋଲାଭରମ ପ୍ରକଳ୍ପକୁ ଅଟକାଇ ପାରି ନ ଥିବା ବିଜେଡି ଏବେ ଧାରଣାରେ ବସୁଛି। ଚାହିଥିଲେ ବିସ୍ଥାପିତଙ୍କୁ ପ୍ୟାକେଜ ଦେଇପାରିଥାନ୍ତେ। ଶ୍ରୀ ଦାସ ବିଜେପିକୁ ପ୍ରଶ୍ନ କରିଥିଲେ, ତ୍ରୁଟିପୂର୍ଣ ପ୍ରକଳ୍ପ କାହିଁକି କରୁଛ? ୨୦୧୩ କାନୁନ ଅନୁସାରେ ୨୦ ବର୍ଷର ଭରଣପୋଷଣର କୁଆଡେ ଗଲା? ଚିତ୍ରକୋଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ପରି ଅଭାବନୀୟ ଘଟଣା ପରେ ‘ନାରୀ ପାଇଁ ନ୍ୟାୟ’ କାର୍ଯ୍ୟକ୍ରମ କଂଗ୍ରେସ ଗ୍ରହଣ କରିବାକୁ ବାଧ୍ୟ ହେଲା। ସରକାର ଚୁପ୍ କାହିଁକି?

ରାଜ୍ୟର ଦୁର୍ଗତି ବର୍ଣ୍ଣନା କରି ସେ ଆହୁରି କହିଛନ୍ତି, ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଫସଲ ବୀମା ନାହିଁ। ସାରର ବ୍ୟାପକ କଳାବଜାର ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କଟନିଛଟନିରେ ୨ ହଜାରର ଦୁର୍ନୀତି ହେଲା। କେବିକେ ଓ ଦେଶର ଅନ୍ୟ ପଛୁଆ ଅଞ୍ଚଳର ବିକାଶ ପାଇଁ ୟୁପିଏ ୪୦ ହଜାର କୋଟି ଦେଉଥିଲା। ବର୍ଷକୁ ୨ କୋଟି ହିସାବରେ ଗତ ୧୧ ବର୍ଷରେ ବେକାର ଯୁବକଙ୍କୁ ୨୨ କୋଟି ଚାକିରୀ ଦେବା କୁଆଡେ ଗଲା?ଓବିସି ସଂରକ୍ଷଣ ସ୍ଥିତି କ’ଣ?ଏହା କ’ଣ ସାମାଜିକ ନ୍ୟାୟ? ବିଜେପି ଅମଳରେ ସମ୍ବିଧାନ ମଧ୍ୟ ବିପଦରେ। ଏତେ ଦୁର୍ଗତି ସତ୍ତ୍ୱେ ଏମାନେ କିପରି ଜିତୁଛନ୍ତି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।ଏମାନେ ଏତେ ଭଲ କାମ କରୁଛନ୍ତି ଯେ ବାରମ୍ବାର ଜିତୁଛନ୍ତି? ଏହା ଭୋଟ୍ ଚୋରିର କମାଲ୍ ଛଡା କିଛି ନୁହେଁ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories