www.samajalive.in
Friday, December 5, 2025
27.1 C
Bhubaneswar

ବିଜୟା ଦଶମୀରେ ସିନ୍ଦୂର ଖେଳି ସୁଖ, ଶାନ୍ତି ଓ ସମୃଦ୍ଧି କାମନା କଲେ ମହିଳା

ଡେସ୍କ: ପବିତ୍ର ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ ଦିବସ। କଟକ ନଗରରେ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରୁ ବଙ୍ଗୀୟ ମତରେ ପୂଜା ପାଉଥିବା ମଣ୍ଡପ ଗୁଡିକରେ ସିନ୍ଦୂର ଖେଳ ସବୁଠାରୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ମାଆଙ୍କୁ ସିନ୍ଦୂର ଅର୍ପଣ କରିବା ପରେ ସଧବା ମହିଳା ମାନେ ପରସ୍ପର ପରସ୍ପରକୁ ସିନ୍ଦୂର ବୋଳି ନିଜ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ସ୍ବାମୀ ମାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ପରମ୍ପରା ଓ ପାରମ୍ପରିକ ରୀତିରେ ସିନ୍ଦୂର ଖେଳ ଅନୁଷ୍ଠିତ ହୋଇ ମାଆ ଜଗତ ଜନନୀଙ୍କୁ ବିଦାୟ ଦେଇ ଆସନ୍ତା ବର୍ଷ ମା’ଙ୍କର ପୁନରାଗମନ ପାଇଁ ଆଶୀର୍ବାଦ କାମନା କରିଥିଲେ।


ନବମୀ ତିଥିରେ କେତେକ ମଣ୍ଡପରେ କୁମାରୀ ପୂଜା ହୋଇଥିଲା ବେଳେ ଆଜି ଦଶମୀରେ ମଣ୍ଡପ ମାନଙ୍କରେ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା। ବିଜୟା ଦଶମୀ ଅବସରରେ ଶ୍ରଦ୍ଧାଳୁ ମାନେ ପରସ୍ପରକୁ ବିଜୟା ଦଶମୀର ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଶ୍ରଦ୍ଧାଳୁ ମାନଙ୍କର ମଣ୍ଡପରେ ଭିଡ ଦେଖିବାକୁ ମିଳିଥିଲା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories