www.samajalive.in
Monday, December 8, 2025
27.1 C
Bhubaneswar

ଆଜି ମା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା: ଆଜି କଳାହାଣ୍ଡିବାସୀଙ୍କ ଆରାଧ୍ୟା ଦେବୀ ମା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଭବାନୀପାଟଣା ସହର ଚଳଚଞ୍ଚଳ । ମଧ୍ୟରାତ୍ରରେ ମାଁ ଙ୍କ ମନ୍ଦିରରେ ସନ୍ଧି ପୂଜା କରାଯାଇଥିଲା। ଏହାପରେ ନିଶାର୍ଦ୍ଧରେ ମା ଙ୍କ ପ୍ରତୀକ ଛତର କୁ ସହର ଉପକଣ୍ଠରେ ଥିବା ଜେନାଖାଲ କୁ ନିଆଯାଇଥିଲା। ସେଠାରେ ଗୁପ୍ତ ପୂଜା ପରେ ଆଜି ପୀଠେ ମହାନବମୀ ତିଥିରେ ଭୋର ୪ ଟା ୪୫ ମିନିଟରେ ମାଙ୍କ ପ୍ରତୀକ ଛତରକୁ ଏକ ବିରାଟ ପଟୁଆରରେ ମନ୍ଦିରକୁ ନିଆଯାଇଥିଲା।

ମାନସିକଧାରୀ ମାନେ ପରମ୍ପରା ଅନୁଯାୟୀ ମା ଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରିଥିଲେ । ବର୍ଷକୁ ଦିନଟିଏ ପାଇଁ ରାଜରାସ୍ତାରେ ମାଁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।  ଆଜି ମାଁଙ୍କୁ ଦର୍ଶନ ପାଇଁ ଭବାନୀପାଟଣା ସହର ଲୋକାରଣ୍ୟ ହେଇ ଉଠିଛି । ଜିଲା ତଥା ପଡ଼ୋଶୀ ଜିଲା ଏବଂ ଛତିଶଗଡ ଅଞ୍ଚଳରୁ ବହୁ ଭକ୍ତ ସହରକୁ ଆସିଥିବା ସୂଚନା ମିଳିଛି।

- Advertisement -

ସେହିଭଳି ଘୁମୁରା, ଘଣ୍ଟ, ନିଶାନ ଦଳ ସମେତ ସାଂସ୍କୃତିକ ଦଳ ଗୁଡିକ ମାଙ୍କୁ ସ୍ୱାଗତ କରିଥିଲେ ।  ଜେନାଖାଲ ରୁ ମନ୍ଦିର ଯାଏଁ ରାସ୍ତାରେ ମାନସିକଧାରୀମାନେ ଛାଗ ବଳି ଦେଇଛନ୍ତି । ଜିଲାପାଳ ପାୱାର ସଚିନ ପ୍ରକାଶ ଏବଂ ଏସପି ନାଗରାଜ୍ ଦେବରକୋଣ୍ଡା ଜେନାଖାଲ ରୁ ମନ୍ଦିର ଯାଏଁ ବିଭିନ୍ନ ସ୍ଥାନରେ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଛତର ଯାତ୍ରାକୁ ଦୃଷ୍ଟିରେ ରଖି କଳାହାଣ୍ଡି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ଆଶା ଥିବାରୁ ୧୩ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ  କରାଯାଇଛି।

ସହର ତଥା ସନ୍ନିକଟ ଅଞ୍ଚଳରେ ୨୫ ଟି ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି।
ସହରର ବିଭିନ୍ନ ସ୍ଥାନରେ ୩୫ ଟି ସିସିଟିଭି କ୍ୟାମେରା ଯାତ୍ରା ଉପରେ ନିରୀକ୍ଷଣ କରିବ। ଟାଉନ ଥାନାରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଆରମ୍ଭ ହେଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories