www.samajalive.in
Wednesday, November 12, 2025
28.1 C
Bhubaneswar

ବରିଷ୍ଠ ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଜୟ କୁମାର ମଲହୋତ୍ରାଙ୍କ ଦେହାନ୍ତ ହୋଇଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୩ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ବିଜୟ ମଲହୋତ୍ରା ପାଞ୍ଚ ଥର ସାଂସଦ ଏବଂ ଦୁଇ ଥର ବିଧାୟକ ଥିଲେ । ତାଙ୍କୁ ଦିଲ୍ଲୀ ବିଜେପିର ଜଣେ ଅଭିଜ୍ଞ ନେତା ଭାବରେ ବିବେଚନା କରାଯାଉଥିଲା । ୨୦୦୮ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ମନୋନୀତ କରିଥିଲା ।

୧୯୩୧ ମସିହା ଡିସେମ୍ବର ୩ରେ ପଞ୍ଜାବ ପ୍ରଦେଶର ଲାହୋରରେ ଜନ୍ମଗ୍ରହଣ କରିଥିଲେ ବିଜୟ ମଲହୋତ୍ରା । ଯାହା ବର୍ତ୍ତମାନ ପାକିସ୍ତାନର ଅଂଶ । ସେ କବିରାଜ ଖଜାନ ଚାନ୍ଦଙ୍କ ସାତ ସନ୍ତାନଙ୍କ ମଧ୍ୟରୁ ଚତୁର୍ଥ ଥିଲେ । ୧୯୪୭ ମସିହା ଦେଶ ବିଭାଜନ ସମୟରେ ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲେ । ଯେଉଁଠାରେ ରହି ସେ ତାଙ୍କର ଶିକ୍ଷା ଏବଂ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ବିଜୟ ୧୯୯୯ ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ୩୦ହଜାର ଭୋଟରେ ପରାସ୍ତ କରିଥିଲେ । ସେ ବିଜେପିର ଦିଲ୍ଲୀ ୟୁନିଟର ସଭାପତି ମଧ୍ୟ ଥିଲେ।

Hot this week

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

ଏସ୍‌ଆଇ ସ୍କାମ୍‌ : ଶଙ୍କରର କେୟାର ଟେକର ଗିରଫ

ଭୁବନେଶ୍ବର: ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର...

ତ୍ରୁଟିଶୂନ୍ୟ ମ୍ୟାଚ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି। କଟକ...

Related Articles

Popular Categories