ଝାରସୁଗୁଡା: ଝାରସୁଗୁଡା ଯୁବ ସମାବେଶରେ ଜନ ସାଧାରଣଙ୍କୁ ସମ୍ବୋଧନ କରି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କରିଛି । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା । ଆମ ସରକାର ୧୨ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି । କଂଗ୍ରେସ ସରକାର ବେଳେ ୧ଲକ୍ଷ ଖର୍ଚ୍ଚ ପାଇଁ ୨୫ହଜାର ଟିକସ ଦେବାକୁ ପଡୁଥିଲା ।
ହେଲେ ଆମ ସରକାରରେ ବର୍ତ୍ତମାନ ୧ଲକ୍ଷରେ କେବଳ ୪ରୁ ୫ହଜାର ଟିକସ ଦେବାକୁ ପଡୁଛି । ଜିଏସଟି କମ୍ ହେବା ସତ୍ୱେ ହିମାଚଳ କଂଗ୍ରେସ ସରକାର ଲୁଟ୍ କରୁଛି । ସିମେଣ୍ଟ ଦାମରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି । ସାରା ଦେଶ ଜିଏସଟିର ଉପକାର ପାଉଥିବା ବେଳେ ହିମାଚଳବାସୀ ବଞ୍ଚିତ ବୋଲି କହିଛନ୍ତି ମୋଦୀ ।



