www.samajalive.in
Monday, December 8, 2025
27.1 C
Bhubaneswar

ବିଏସଏନଏଲ୍ ୪-ଜି ସେବାର ହେବ ଶୁଭାରମ୍ଭ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ାଠାରେ ସାରା ଭାରତବର୍ଷ ପାଇଁ ବିଏସଏନଏଲ୍ ୪-ଜି ସେବାର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ଅଛି। ବିଏସଏନଏଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୪-ଜି ମୋବାଇଲ୍ ସେବାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଥିଲା। ପ୍ରାୟ ୧ ଲକ୍ଷ ସ୍ଥାନରେ ୪-ଜି ସେବା ସି-ଡଟ୍‌ କୋର୍‌, ତେଜସ୍ ନେଟୱର୍କ ଏବଂ ଟିସିଏସ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।

ବିଏସଏନଏଲ୍ ୪-ଜି ନେଟୱର୍କର ଦେଶବ୍ୟାପୀ ଶୁଭାରମ୍ଭ ସମ୍ପୂର୍ଣ୍ଣ ‘ଆତ୍ମନିର୍ଭର’ ୪-ଜି ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ। ଏହି ସଫ୍ଟୱେରରେ ୫-ଜିକୁ ସହଜରେ ଅପଗ୍ରେଡ୍‌ କରାଯାଇପାରିବ। ଏହା କେବଳ ଏହାର ପୁରୁଣା ଗ୍ରାହକଙ୍କୁ ନୁହେଁ ବରଂ ଡିଜିଟାଲ୍ ଦୁନିଆ ସହିତ କେବେ ସଂଯୋଗ ହୋଇନଥିବା ଲକ୍ଷାଧିକ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିବ। ଡିବିଏନ୍ (ଡିଜିଟାଲ୍ ଭାରତ ନିଧି) ମୋବାଇଲ୍ ପ୍ରୋଜେକ୍ଟରେ ବିଏସଏନଏଲ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୧୪୧୮୦ ଡିବିଏନ୍ ପାଣ୍ଠି ବିଶିଷ୍ଟ ୪-ଜି ସାଇଟ୍, ଅନ୍ୟ ଟିଏସ୍‌ପି ମାଧ୍ୟମରେ ୪୭୨୩ ସାଇଟ୍ ଅନ୍ତର୍ଭୁକ୍ତ। ଯାହା ଭାରତର ୨୬୭୦୭ ଦୂରଦୂରାନ୍ତ ଗ୍ରାମରେ ପ୍ରାୟ ୨ ମିଲିୟନ୍ ପରିବାରକୁ ମୋବାଇଲ୍ ସେବା ସୁବିଧା ପ୍ରଦାନ କରିବ। ଓଡ଼ିଶାରେ ବିଏସଏନଏଲ୍ ୨୪୭୨ଟି ଅପହଞ୍ଚ ଦୂରଦୂରାନ୍ତ ଗ୍ରାମକୁ ସେବା ପ୍ରଦାନ କରିବା ପାଇଁ ୧୬୬୫ଟି ଟାୱାର ନିର୍ମାଣ କରିସାରିଛି। ଦୃଢ଼ ଆତ୍ମନିର୍ଭରଶୀଳତା ପାଇଁ ସମସ୍ତ ଟାୱାରଗୁଡ଼ିକୁ ସବୁଜ ନବୀକରଣୀୟ ସୌରଶକ୍ତି ପ୍ରଣାଳୀରେ ସଜ୍ଜିତ କରାଯାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories