www.samajalive.in
Friday, December 5, 2025
23.1 C
Bhubaneswar

ସାଓମି ଆଣିଲା ଦୁଇଟି ଡିସପ୍ଲେ ବିଶିଷ୍ଟ ସ୍ମାର୍ଟଫୋନ୍, ଦାମ୍ ମାତ୍ର…

ଭୁବନେଶ୍ବର, ୨୫ା୯: ସାଓମି ରିୟର ଡିସପ୍ଲେ ବିଶିଷ୍ଟ ୨ଟି ସ୍ମାର୍ଟଫୋନ୍ ସାଓମି ୧୭ ପ୍ରୋ ଓ ୧୭ ପ୍ରୋ ମ୍ୟାକ୍ସ ଲଞ୍ଚ୍ କରିଦେଇଛି। ଉଭୟ ପ୍ୟାନେଲର ରିୟରରେ ଏକ ଛୋଟ ସ୍କ୍ରିନ୍ ରହିଛି ଯାହାକୁ ଭିନ୍ନ ଭିନ୍ନ କାମ ପାଇଁ ବ୍ୟବହାର କରିପାରିବେ ଗ୍ରାହକ। ଉଭୟ ମଡେଲରେ କ୍ବାଲକମର ଅତ୍ୟାଧୁନିକ ତଥା ସବୁଠାରୁ ସ୍ପିଡ୍ ସ୍ନାପଡ୍ରାଗନ୍ ୮ ଇଲାଇଟ୍ ଜେନ୍ ୫ ପ୍ରୋସେସର ମିଳିବ। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୬ ଆଧାରିତ ହାଇପର ଓଏସ୍ ୩ ସହିତ ଆସିଥାଏ। ସାଓମି ୧୭ ପ୍ରୋ ମ୍ୟାକ୍ସର ପ୍ରାରମ୍ଭିକ ଦାମ୍ ୭୪,୭୦୦ ଟଙ୍କା ରହିଛି। ଏଥିରେ ୧୨ ଜିବି ଓ ୫୧୨ ଜିବି ଷ୍ଟୋରେଜ୍ ମିଳିବ। ୧୬ ଜିବି ଓ ୧ ଟିବି ଭାରିଆଣ୍ଟର ଦାମ୍ ୮୭,୨୦୦ ଟଙ୍କା ରହିଛି। ସେହିଭଳି ୧୭ ପ୍ରୋ ମ୍ୟାକ୍ସର ପ୍ରାରମ୍ଭିକ ଦାମ୍ ୬୨,୩୦୦ ଟଙ୍କା ଥିବାବେଳେ ୧୬ ଏବଂ ୧ ଟିବି ଭାରିଆଣ୍ଟର ଦାମ୍ ୭୪,୭୦୦ ଟଙ୍କା ରହିଛି। ପ୍ରୋ ମଡେଲ ବ୍ଲାକ, କୋଲ୍ଡ ସ୍ମୋକ୍ ପର୍ପଲ, ଫରେଷ୍ଟ ଗ୍ରୀନ୍ ଓ ଧଳା ରଙ୍ଗରେ ଆସିଥାଏ।

ସାଓମି ୧୭ ପ୍ରୋ ମ୍ୟାକ୍ସରେ ୬.୯ ଇଞ୍ଚର ମେନ୍ ଡିସପ୍ଲେ ଓ ପ୍ରୋ ମଡେଲରେ ୬.୩ ଇଞ୍ଚର ମେନ୍ ଡିସପ୍ଲେ ରହିଛି। ଏହା ୨କେ ରିଜୋଲ୍ୟୁସନ ସହିତ ସାଓମି ଡ୍ରାଗନ୍ କ୍ରିଷ୍ଟଲ ଗ୍ଲାସ୍ ପ୍ରୋଟେକ୍ସନ ସହିତ ଆସିଥାଏ। ରିୟରରେ ୩୫୦୦ ନିଟ୍ସ ବ୍ରାଇଟନେସ୍ ସହିତ ସେକେଣ୍ଡାରୀ ଏମ୧୦ ଡିସପ୍ଲେ ମଧ୍ୟ ରହିଛି ଯାହାକୁ ଆଲାର୍ମ , ଏଆଇ ପ୍ରୋଟ୍ରେଟ୍ ଆଦି କାମ ପାଇଁ ବ୍ୟବହାର କରିହେବ। ୧୭ ପ୍ରୋରେ ୬୩୦୦ ଏମଏଏଚ୍ ବ୍ୟାଟେରୀ ଥିବାବେଳେ ପ୍ରୋ ମ୍ୟାକ୍ସ ଭାରିଆଣ୍ଟରେ ୭୫୦୦ ଏମଏଏଚ୍ ବ୍ୟାଟେରୀ ରହିଛି। ଉଭୟ ଫୋନ୍ ୧୦୦ ୱାଟ୍ ଫାଷ୍ଟ ଚାର୍ଜିଂ ଏବଂ ୫୦ ୱାଟ୍ ​‌େ​‌ୱୟାରଲେସ୍ ଚାର୍ଜିଂକୁ ସପୋର୍ଟ କରିବ। ଫୋନରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି। ଏହା ୫ଜି, ବ୍ଲୁଟୁଥ୍, ୱାଇ-ଫାଇ, ଜିପିଏସ୍, ଏନଏଫସି ଓ ୟୁଏସବି ଟାଇପ୍-ସି ପୋର୍ଟ ଭଳି କନେକ୍ଟିଭିଟି ବିକଳ୍ପ ସହିତ ଆସିଥାଏ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories