www.samajalive.in
Friday, December 5, 2025
23.1 C
Bhubaneswar

ଲେହରେ ୧୬୩ ଧାରା ଲାଗୁ: ଆଜି କାର୍ଗିଲ ବନ୍ଦ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି । ବୁଧବାରଠାରୁ ଲେହରେ ଆରମ୍ଭ ହୋଇଥିବା ଜେନ୍‍-ଜେଡ୍‍ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ବୁଧବାର ଘଟିଥିବା ହିଂସାକାଣ୍ଡରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ଲେହରେ ୧୧୬୩ ଧାରା ଲାଗୁ କରାଯାଇଛି । ହିଂସା ସମୟରେ ଲେହରେ ଥିବା ବିଜେପି କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ପୋଡି ଦେଇଛନ୍ତି । ରାଜ୍ୟ ମାନ୍ୟତା ଦାବିରେ ସୋନମ ୱାଙ୍ଗଚୁକ୍‍ ସେପ୍ଟେମ୍ବର ୧୦ତାରିଖରୁ ଅନଶନରେ ବସିଛନ୍ତି ।

ରାଜ୍ୟ ମାନ୍ୟତା ଦାବିରେ ଆଜି କାର୍ଗିଲ ବନ୍ଦ ଡାକରା ଦିଆଯାଇଛି । କାର୍ଗିଲ୍‍ ଡେମୋକ୍ରାଟିକ୍‍ ଆଲାଏନ୍ସର ସଦସ୍ୟ ସଜ୍ଜାଦ ହୁସେନ୍‍ କାର୍ଗିଲି କହିଛନ୍ତି ଗତକାଲି ଲେହରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ହିଂସା ପାଇଁ କୌଣସି ସ୍ଥାନ ନାହିଁ କିନ୍ତୁ ଗତ ୪ବର୍ଷ ଧରି ଯେଉଁଠାରେ ଲୋକଙ୍କ ପାଖରେ କୌଣସି ଚାକିରି ନାହିଁ, ସେଠାରେ ଲୋକଙ୍କ ମନରେ ଅସନ୍ତୋଷ ଓ ଅସୁରକ୍ଷିତ ଭାବନା ରହିଛି । ଏଠାରେ କୌଣସି ଗଣତନ୍ତ୍ର ନାହିଁ । ଆମେ ଶାସକ ଦଳକୁ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରୁଛୁ । ଆଜିର କାର୍ଗିଲ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି । ସରକାରଙ୍କୁ ସମ୍ବେଦନଶୀଳ ଭାବରେ ଆଲୋଚନା ପୁନଃ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ହୁସେନ୍‍ ।

- Advertisement -

ଗତ ୧୫ଦିନ ହେବ ସୋନମ ୱାଙ୍ଗଚୁକ୍‍ ଅନଶନରେ ବସିଥିବା ବେଳେ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଆଲୋଚନାକୁ ଅନୁମୋଦନ କରିଥିଲେ । ଆଲୋଚନା ପାଇଁ ଅକ୍ଟୋବର ୬ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ହିଂସା ତଥାପି ମଧ୍ୟ ଥମିନଥିଲା । ବୁଧବାର ପରିସ୍ଥିତି ଏପରି ବିଗିଡିଥିଲା ଯେ ବିକ୍ଷୋଭକାରୀମାନେ ବିଜେପି କାର୍ଯ୍ୟାଳୟ ଏବଂ ସିଆରପିଏଫ୍‍ ଗାଡିରେ ନିଆଁ ଲଗାଇ ଦେଇଥିଲେ ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories