www.samajalive.in
Monday, December 8, 2025
24.1 C
Bhubaneswar

ଅନାସ୍ଥା ନୋଟିସକୁ ଅଗ୍ରାହ୍ୟ କଲେ ବାଚସ୍ପତି, କକ୍ଷତ୍ୟାଗ କରି ବାହାରେ ଧାରଣା ଦେଲେ କଂଗ୍ରେସ ସଦସ୍ୟ

ସମାଜ ଡିଜିଟାଲ ଡେସ୍କ: ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ବୋଲି କଂଗ୍ରେସ ଘୋଷଣା କରିଥିଲା। ହେଲେ ତାହା ସମ୍ଭବ ହୋଇପାରି ନାହିଁ। କଂଗ୍ରେସର ଅନାସ୍ଥା ନୋଟିସକୁ ବାଚସ୍ପତି ସୁରମା ପାଢ଼ୀ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି।

ବିଧାନସଭା ଆରମ୍ଭରୁ ସାର ସଙ୍କଟକୁ ନେଇ ବିରୋଧୀ ବିଜେଡି ହଟ୍ଟଗୋଳ କରିଥିଲା। ଫଳରେ ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିପାରି ନ ଥିଲା। ବାଚସ୍ପତି ଏହି କାରଣ ଦର୍ଶାଇ ନୋଟିସକୁ ଅଗ୍ରାହ୍ୟ କରିଛନ୍ତି। ଗୃହ ସ୍ଵାଭାବିକ ନ ଥିବା ଏବଂ ନିର୍ଦ୍ଧାରିତ ସମୟ ଶେଷ ହୋଇଯାଇଥିବାରୁ ନୋଟିସକୁ ଅଗ୍ରାହ୍ୟ କରାଯାଇଥିବା ବାଚସ୍ପତି କହିଛନ୍ତି।

- Advertisement -

ଅନ୍ୟପଟେ କଂଗ୍ରେସ ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁରୋଧ କରି ବିଫଳ ହୋଇଛି। ବାଚସ୍ପତି ନ ଶୁଣିବାରୁ କଂଗ୍ରେସ ସଦ୍ୟମାନେ ହୋହଲ୍ଲା କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିଅମ ନିକଟକୁ ଆସି ନାରାବାଜି କରିଥିବା ଦେଖିବାକୁ ମିଳିଛି। ଶେଷରେ ସଦସ୍ୟମାନେ କକ୍ଷତ୍ୟାଗ କରି ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories