www.samajalive.in
Friday, December 5, 2025
23.1 C
Bhubaneswar

ଜିଏସଟି ହ୍ରାସର ଫାଇଦା ଦେଲା ଅମୁଲ, ଗ୍ରାହକଙ୍କ ପାଇଁ କମାଇଲା ଦାମ୍

ନୂଆଦିଲ୍ଲୀ, ୨୦ା୯: ଅମୁଲ ବ୍ରାଣ୍ଡରେ ଡେୟରୀ ଉତ୍ପାଦର ମାର୍କେଟିଂ କରୁଥିବା ଗୁଜରାତ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡରେସନ (ଜିସିଏମଏମଏଫ୍) ଶନିବାର ଜିଏସଟି ଦର ହ୍ରାର ଲାଭ ଉପଭୋକ୍ତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଘିଅ, ବଟର, ଆଇସକ୍ରିମ୍, ବେକରୀ ଓ ଫ୍ରୋଜନ୍ ସ୍ନାକ୍ସ ସମେତ ନିଜ ୭୦୦ରୁ ଅଧିକ ପ୍ୟାକେଜ୍ଡ ଉତ୍ପାଦର ଖୁଚୁରା ଦାମରେ ହ୍ରାସ ଘୋଷଣା କରିଛି। ନୂଆ ଦାମ୍ ୨୨ ସେପ୍ଟେମ୍ବରରୁ ଲାଗୁ ହେବ। ଜିସିଏମଏମଏଫ୍ କହିଛି କି ଦାମରେ ହ୍ରାସ ଘିଅ, ଦୁଗ୍ଧ, ଆଇସକ୍ରିମ୍, ପନିର, ଚକୋଲେଟ୍, ଫ୍ରୋଜନ୍ ଡେୟରୀ ଓ ଆଳୁ ସ୍ନାକ୍ସ, ଆଦି ଉତ୍ପାଦର ଦାମ୍ ହ୍ରାସ କରାଯାଇଛି।

ଅମୁଲ ବଟର(୧୦୦ ଗ୍ରାମ)ର ଏମଆରପି ୬୨ ଟଙ୍କାରୁ ହ୍ରାସ ପାଇ ୫୮ ଟଙ୍କା କରିଦେଇଛି। ଅମୁଲ ଘିଅର ଦାମ୍ ୪୦ ଟଙ୍କା ହ୍ରାସ ପାଇ ୬୧୦ ଟଙ୍କା ପ୍ରତି ଲିଟର ହୋଇଛି। ଫ୍ରୋଜେନ୍ ପନିର ୨୦୦ ଗ୍ରାମର ନୂଆ ଦାମ୍ ୯୫ ଟଙ୍କା ହୋଇଛି। ପୂର୍ବରୁ ଏହା ୯୯ ଟଙ୍କା ଥିଲା। ଗୁଜରାତ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡରେସନରେ ୩୬ ଲକ୍ଷ ଚାଷୀ ସାମିଲ ଅଛନ୍ତି। କମ୍ପାନୀ କହିଛି କି ଜିଏସଟି ଦରରେ ହ୍ରାସ ପରେ ଉତ୍ପାଦର ଚାହିଦା ବଢିଛି। ଫଳରେ କାରବାରରେ ବୃଦ୍ଧି ଆକଳନ କରାଯାଉଛି। ପୂର୍ବରୁ ମଦର ଡେୟରୀ ମଧ୍ୟ ୨୨ ସେପ୍ଟେମ୍ବରରୁ ଦାମ୍ ହ୍ରାସ ନେଇ ଘୋଷଣା କରିଥିଲା।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories