www.samajalive.in
Friday, December 5, 2025
27.1 C
Bhubaneswar

ଔପଦାରେ ନକଲି ବିଦେଶୀ ମଦ କାରଖାନା ଠାବ, ମାଲିକ ଗିରଫ

ନୀଳଗିରି: ନୀଳଗିରି ଅବକାରୀ ପୁଲିସ ଶନିବାର ଔପଦା ଥାନା ଅଞ୍ଚଳରେ ଚାଲିଥିବା ଏକ ନକଲି ମଦ କାରଖାନା ଉପରେ ଚଢ଼ଉ କରି କାରଖାନାର ମାଲିକକୁ ଗିରଫ କରିଛି । ଦୀର୍ଘ ପ୍ରାୟ ୬ବର୍ଷ ଧରି ଏହି ନକଲି ମଦ କାରଖାନା ଚାଲିଥିଲା। ଏଠାରେ ନକଲି ମଦ ପ୍ରସ୍ତୁତ ପରେ ଏସବୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା। ଏ ନେଇ ଖବରପାଇ ନୀଳଗିରି ଅବକାରୀ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ  ଔପଦା ଥାନା ବଡ଼ପୋଖରୀ ଗାଁରେ ଥିବା ଏହି କାରଖାନା ଉପରେ ସଦଳବଳ ଚଢ଼ଉ କରିଛନ୍ତି । କାରଖାନା ମାଲିକ ତଥା ଉକ୍ତ ଗାଁର ମନୋଜ ବେହେରା(୩୩)ଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତ ମନୋଜ ୨୦୧୯ରୁ ଅର୍ଥାତ ଲକଡାଉନଠାରୁ ଏହି କାରବାରରେ ସମ୍ପୃକ୍ତି ଥିବା ସ୍ୱୀକାର କରିଛି। ଏହି ମଦ ସବୁ ଔପଦା, ନୀଳଗିରି, ସୋର, ସିମୁଳିଆ, ଖଇରା ସମେତ ବେତେଇ ରାସ୍ତା ଦେଇ ମୟୂରଭଞ୍ଜ ଜିଲାର କପ୍ତିପଦା, ଶରତ, ଠାକୁରମୁଣ୍ଡା, ଉଦଳା ପ୍ରଭୃତି ଅଞ୍ଚଳକୁ ଚାଲାଣ କରାଯାଉଥିଲା। ନକଲି ମଦ ସବୁ ଆଦିବାସୀ ଇଲାକାରେ ବହୁଳମାତ୍ରାରେ ବିକ୍ରି ହେଉଥିଲା । ଅଭିଯୁକ୍ତ ମନୋଜଠାରୁ ୧୦୦ଲିଟର ସ୍ପିରିଟ, ୩୬ଲିଟର ନକଲି ମଦ, ୧୨୦ଟି ଖାଲି ବୋତଲ, ଠିପି, ସରକାରୀ ଲେବୁଲ ସହ ବ୍ୟବହୃତ ଏକ କାରକୁ ଜବତ କରାଯାଇଛି। ଚଢ଼ଉରେ ନୀଳଗିରି ଅବକାରୀ ଓଆଇସି ମନୋଜ ସାହୁ, ଖଇରା ଓଆଇସି ସୂରଜ ଟିଗା, କନଷ୍ଟେବଳ ତପନ ମଲିକ, ଦେବାଶିଷ ମଲିକ, ସନ୍ତୋଷ ବେହେରା, ନହନ ମୁର୍ମୁ ପ୍ରମୁଖ ସାମିଲ ଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories