www.samajalive.in
Monday, December 8, 2025
20.1 C
Bhubaneswar

ସବୁ ଧର୍ମକୁ ସମ୍ମାନ କରେ: ଜଷ୍ଟିସ ଗବଇ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର.ଗବଇଙ୍କ ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦର ସୂତ୍ରପାତ ହୋଇଛି। ଏହାର ଜବାବରେ ଜଷ୍ଟିସ ଗବଇ କହିଛନ୍ତି ଯେ ସେ ସବୁ ଧର୍ମକୁ ସମ୍ମାନ କରନ୍ତି। ତେଣୁ ଏହାକୁ ନେଇ ଆପତ୍ତି ଉଠାଇବା ଅନୁଚିତ। ଜଷ୍ଟିସ ଗବଇଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲ। ସୂଚନା ମୁତାବକ ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର ପରିସରରେ ଥିବା ଏକ ବିଷ୍ଣୁ ପ୍ରତିମାର ଶିର ଚ୍ଛେଦନ କରାଯାଇଥିବା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଥିଲା। ଜଷ୍ଟିସ ଗବଇ ଓ ଜଷ୍ଟିସ କେ.ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତ ମଙ୍ଗଳବାର ଏହାର ଶୁଣାଣି କରାଯାଇଥିଲା। ବିଷ୍ଣୁ ପ୍ରତିମାର ପୁନଃ ପ୍ରତିଷ୍ଠା କରିବାକୁ ନିର୍ଦେଶ ଦିଆଯାଉ ବୋଲି ପିଟିସନକାରୀ ଦାବି କରିଥିଲେ। ତେବେ ଶୁଣାଣି ସମୟରେ ଜଷ୍ଟିସ ଗବଇ ପିଟିସନକାରୀଙ୍କୁ କହିଥିଲେ ଯେ ଆପଣ ନିଜକୁ ବିଷ୍ଣୁଙ୍କ ପରମ ଭକ୍ତ ବୋଲି କହୁଛନ୍ତି।

ତେଣୁ ଏହି ପ୍ରସଙ୍ଗରେ ସଂପୃକ୍ତ ଦେବତାଙ୍କ ନିକଟକୁ ଯାଇ ନୂଆ ମୂର୍ତ୍ତି ପ୍ରତିଷ୍ଠା କରିବାକୁ କୁହନ୍ତୁ। ଖଜୁରାହୋ ମନ୍ଦିର ଏଏସଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ଅଧୀନରେ ଥିବାରୁ ଏ ସମ୍ପର୍କିତ ନିଷ୍ପତ୍ତି ସୁପ୍ରିମକୋର୍ଟ ନୁହଁ, କେବଳ ଏଏସଆଇ କର୍ତ୍ତୃପକ୍ଷ ନେଇପାରିବେ ବୋଲି ଜଷ୍ଟିସ ଗବଇ ମତବ୍ୟକ୍ତ କରିଥିଲେ। ତେବେ ଜଷ୍ଟିସ ଗବଇଙ୍କ ଏତାଦୃଶ ମନ୍ତବ୍ୟକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଛି। ଏଭଳି ମନ୍ତବ୍ୟ ଦେଇ ଜଷ୍ଟିସ ଗବଇ ହିନ୍ଦୁ ସଂପ୍ରଦାୟର ଧାର୍ମିକ ଭାବନା କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି। ଏପରିକି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ବିନୀତ ଜିନ୍ଦଲ ନାମକ ଦିଲ୍ଲୀର ଜଣେ ଆଇନଜୀବୀ ପତ୍ର ମାଧ୍ୟମରେ ଜଷ୍ଟିସ ଗବଇଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଜବାବରେ ଜଷ୍ଟିସ ଗବଇ କହିଛନ୍ତି ଯେ କୌଣସି ଧର୍ମକୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା। ତେଣୁ ଏହାକୁ ନେଇ ବିବାଦର ସୂତ୍ରପାତ କରିବା ଯୁକ୍ତିସଙ୍ଗତ ନୁହେଁ। ସଲିସିଟର ଜେନେରାଲ ମେହେଟ୍ଟା ଓ ସିବଲ କହିଛନ୍ତି ଯେ ସାଂପ୍ରତିକ ସମୟରେ ସାମାଜିକ ଗଣମାଧ୍ୟମ ଏକ ଲଗାମ ବିହୀନ ଘୋଡା ଭଳି କାର୍ଯ୍ୟ କରୁଛି। ନିଉଟନଙ୍କ ତୃତୀୟ ନିୟମ ଅନୁଯାୟୀ ‘ପ୍ରତ୍ୟେକ କାର୍ଯ୍ୟର ବିପରୀତ ଏବଂ ସମାନ ପ୍ରତିକ୍ରିୟା ରହିଥାଏ’। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟର ଅସମାନ ପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ସେମାନେ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories