www.samajalive.in
Tuesday, December 9, 2025
16.1 C
Bhubaneswar

ପଟ୍ଟାମୁଣ୍ଡାଇ ଛାତ୍ରୀ ଜଳିଯିବା ଘଟଣା: ଡିସେମ୍ବର ୨ ସୁଦ୍ଧା ରିପୋର୍ଟ ଦେବାକୁ ଏସ୍‌‌ପିଙ୍କୁ ନିର୍ଦେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମରେ ଛାତ୍ରୀ ଜଳିଯିବା ଘଟଣାର ସବିଶେଷ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ କେନ୍ଦ୍ରାପଡ଼ା ଏସ୍‌‌ପିଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶରେ ଉଲ୍ଲେଖ କରାଯାଇଛି, ଛାତ୍ରୀ ଜଣକ ଯେଉଁ ଯୁବକଙ୍କ ବିରୋଧରେ ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିଲେ ତାଙ୍କ ବାପା ଗଣେଶ୍ୱର ବେହେରାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ଫଳରେ ଗଣେଶ୍ୱର ବେହେରା ଏ ନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଗଣେଶ୍ୱରଙ୍କ ଆବେଦନର ଶୁଣାଣି କରି ଆୟୋଗ ଏସପି୍‌ଙ୍କୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କାଠିଆପଡ଼ା ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବତୀ ଜଳିଯାଇ ପ୍ରାଣ ହରାଇଥିଲେ। ଯୁବତୀ ଜଣକ ପୂର୍ବରୁ ଏହି ଥାନା ଅଧୀନ ବିଲିକଣା ପଞ୍ଚାୟତ ତେରୋଇ ଗ୍ରାମର ଯୁବକ ପ୍ରମୋଦ ବେହେରାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ପ୍ରମୋଦ ଓ ତାଙ୍କ ବାପା ଗଣେଶ୍ୱରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ପ୍ରମୋଦଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ପ୍ରମୋଦଙ୍କ ବାପା ଗଣେଶ୍ବରଙ୍କର ଏଥିରେ କ’ଣ ଭୁଲ ରହିଛି ବୋଲି ସେ ମାନବାଧିକାର ଆୟୋଗରେ ଆବେଦନ କରିଥିଲେ। ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ, ତାଙ୍କ ପୁଅ ସମ୍ପୃକ୍ତ ଯୁବତୀଙ୍କୁ ପ୍ରେମ କରୁଥିଲେ। ଉଭୟ ବିବାହ କରିବେ ବୋଲି ପରସ୍ପରକୁ କଥା ଦେଇଥିଲେ। ହେଲେ ତାଙ୍କ ପୁଅ ବିରୋଧରେ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କଲେ। ଏହାପରେ ଯୁବତୀଙ୍କ ମୃତ୍ୟୁ ଘଟିଲା। ସେତେବେଳେ ତାଙ୍କ ପୁଅ ଓଡ଼ିଶାରେ ନ ଥିଲେ। ତଥାପି ତାଙ୍କ ପୁଅକୁ ଗିରଫ କରାଯାଇ ଜେଲ ପଠାଯାଇଛି। ହେଲେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସେ ଆବେଦନରେ ଦର୍ଶାଇଥିଲେ। ଏହି ଆବେଦନର ବିଚାର କରି ମାନବାଧିକାର ଆୟୋଗ ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦାଖଲ କରିବାକୁ ଏସ୍‌‌ପିଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories