www.samajalive.in
Friday, December 5, 2025
27.1 C
Bhubaneswar

ଭିଭୋ ୱାଇ୩୧ ୫ଜି ସିରିଜ୍‌ ହେଲା ଲଞ୍ଚ : ରହିଛି ଜବରଦସ୍ତ ଫିଚର୍‌, ଦାମ୍‌ ମାତ୍ର ଏତିକି..

ନୂଆଦିଲ୍ଲୀ : ଭିଭୋ ୱାଇ୩୧ ସିରିଜ୍‌ ଭାରତରେ ଲଞ୍ଚ ହୋଇ ସାରିଛି। ଏହା କମ୍ପାନୀର ୱାଇ-ସିରିଜରେ ଲାଟେଷ୍ଟ ଏଡିସନ୍‌ । ଏହାକୁ କମ୍ପାନୀ ଏହି ସପ୍ତାହରେ ଲଞ୍ଚ କରିଛି । ଏହି ସିରିଜ୍‌ରେ ୨ଟି ସ୍ମାର୍ଟଫୋନ୍‌ ଭିଭୋ ୱାଇ୩୧ ୫ଜି ଓ ଭିଭୋ ୱାଇ ୩୧ ପ୍ରୋ ୫ଜି ଲଞ୍ଚ ହୋଇଛି । ଯାହା ଦମ୍‌ଦାର୍‌ ଫିଚର ସହ ଆସିଥାଏ । ଉଭୟ ଫୋନ୍‌ ମଧ୍ୟମ ଧରଣର ଦାମ୍‌ ସହ ଗ୍ରାହକଙ୍କ ବଜେଟ୍‌କୁ ସୁହାଇବା ଭଳି ।

କମ୍ପାନୀ ନନ୍‌-ପ୍ରୋ ମଡେଲରେ ଡୁଆନ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ଦେଇଛି । ଯାହା ଏଲଇଡି ଫ୍ଲାସ୍‌ ସହ ଆସିଥାଏ। ସେହପିରି ପ୍ରୋ ଭାରିଆଣ୍ଟରେ କମ୍ପାନୀ ଡୁଆନ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ଦେଇଛି । ୨ଟି ଯାକ ଫୋନ୍‌କୁ ୨ଟି ରଙ୍ଗରେ ଉପଲବ୍ଧ ହେବ । ଜାଣନ୍ତୁ ଏହାର ଦାମ୍‌ ଓ ଖାସ୍‌ ଫିଚର ବିଷୟରେ..

ଅକ୍ଟୋବରରେ ଏହି ୪ ରାଶିଙ୍କୁ କୋଟିପତି କରିବ ବୁଧଙ୍କ ଖାସ୍‌ ଚଳନ : ଧନ ଠାରୁ ଆରମ୍ଭ କରି ସୁନାରେ ଭର୍ତ୍ତି ହେବ ଆଲମିରା..

- Advertisement -

ଭିଭୋ ୱାଇ୩୧ ୫ଜିକୁ କମ୍ପାନୀ ୧୪,୯୯୯ ଟଙ୍କାରେ ଲଞ୍ଚ କରିଛି । ଏଥିରେ ୪ଜିବି ର‌୍ୟାମ୍‌+ ୧୨୮ଜିବି ଷ୍ଟୋରେଜ ଭାରିଆଣ୍ଟ ରହିଛି । ଫୋନ୍‌ର ୬ଜିିବି ର‌୍ୟାମ୍‌+୧୨୮ଜିବି ଷ୍ଟୋରେଜ ଭାରିଆଣ୍ଟ ୧୬,୪୯୯ ଟଙ୍କାରେ ଆସିଥାଏ । ସ୍ମାର୍ଟଫୋନ୍‌ ରୋଜ୍‌ ରେଡ୍‌ ଓ ଡାଏମଣ୍ଡ ଗ୍ରୀନ୍‌ ରଙ୍ଗରେ ମିଳିବ ।

ସେହିପରି ଭିଭୋ ୱାଇ୩୧ ପ୍ରୋ ୫ଜିକୁ କମ୍ପାନୀ ୧୮,୯୯୯ ଟଙ୍କାରେ ଲଞ୍ଚ କରିଛି । ଏଥିରେ ୮ଜିବି ର‌୍ୟାମ୍‌+ ୧୨୮ଜିବି ଷ୍ଟୋରେଜ୍‌ ଭାରିଆଣ୍ଟ ରହିଛି । ସେହିପରି ୨୫୬ଜିବି ଷ୍ଟୋରେଜ ଭାରିଆଣ୍ଟ ଦାମ୍‌ ୨୦,୯୯୯ ଟଙ୍କା । ଏହି ଫୋନ୍‌ ମାଚା ବ୍ରାଉନ ଓ ଡ୍ରିମି ହ୍ୱାଇଟ୍‌ ରଙ୍ଗରେ ଉପଲବ୍ଧ। ଉଭୟ ଫୋନ୍‌କୁ ଫ୍ଲିପକାର୍ଟରୁ ମଧ୍ୟ କିଣି ପାରିବେ ।

ଭିଭୋ ୱାଇ୩୧ ୫ଜି ଡୁଆଲ୍‌ ସମ୍‌ ସପୋର୍ଟରେ ମିଳିଥାଏ । ସ୍ମାର୍ଟଫୋନ୍‌ଟି ଆଣ୍ଡରଏଡ୍‌ ୧୫ ଉପରେ ଆଧାରିତ । ଏଥିରେ ୬.୬୮-ଇଞ୍ଚର ଏଲସିଡି ଡିସ୍‌ପ୍ଲେ ମିଳିଥାଏ । ଯାହା ୧୨୦ ଏଚଜେଡ୍‌ ରିଫ୍ରେସ୍‌ ରେଟ୍‌ ସପୋର୍ଟ ସହ ଆସିଥାଏ । ଏହି ଫୋନ୍‌ Snapdragon 4Gen 2  ପ୍ରୋସେରରେ କାମ କରିଥାଏ ।

ଫୋନ୍‌ରେ ୫୦ ଏମପି+୦.୦୮ଏମପିର ଡୁଆଲ କ୍ୟାମେରା ସେଟ୍‌ଅପ୍‌ ମିଳିଥାଏ । ସେହିପରି ସାମ୍ନାରେ ୮ଏମପିର ସେଲଫି କ୍ୟାମେରା ମଧ୍ୟ ଦିଆଯାଉଛି । ସ୍ମାର୍ଟଫୋନ୍‌ରେ ୬୫୦୦ ଏମଏଏଚର ବ୍ୟାଟେରୀ ଓ ୪୪ ୱାଟ୍‌ର ଚାର୍ଜିଂ ସପୋର୍ଟ କରିଥାଏ । ପ୍ରୋ ଭାରିଆଣ୍ଟରେ ୬.୭୨-ଇଞ୍ଚର ଏଲସିଡି ଡିସପ୍ଲେ ମିଳିଥାଏ । ଯାହା ୧୨୦ ଏଚଜେଡ୍‌ ରିଫ୍ରେସ୍‌ ରେଟ୍‌ ସପୋର୍ଟ କରିଥାଏ । ସ୍ମାର୍ଟଫୋନ୍‌ Media Tek Dimensity 7300 ପ୍ରୋସେସର ସହ ଆସିଥାଏ । ଏଥିରେ ଡୁଆନ ରିୟର ଓ ୮ଏମପିର ସାମ୍ନା କ୍ୟାମେରା ମିଳିଥାଏ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories