www.samajalive.in
Monday, December 8, 2025
27.1 C
Bhubaneswar

ଜଣେ ବ୍ୟକ୍ତି, ୬ଟି ଜିଲାରେ ଚାକିରି: ମାସିକ ଦରମା ୪ଲକ୍ଷରୁ ଊର୍ଦ୍ଧ୍ବ

ଲକ୍ଷ୍ନୌ: ଜଣେ ବ୍ୟକ୍ତି ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ସରକାରୀ ଚାକିରି କରିବା ସହ ମାସିକ ବେତନ ପାଉଥିବା ଘଟଣା ବାସ୍ତବରେ ଚର୍ଚ୍ଚାର ବିଷୟ ପାଲଟିବା ସ୍ବାଭାବିକ। ଏଭଳି ଏକ ଜାଲିଆତି ଘଟଣା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଆଜକୁ ୯ ବର୍ଷ ପୂର୍ବେ ସ୍ବାସ୍ଥ୍ୟ ବିଭାଗରେ ଏକ୍ସ-ରେ ଟେକ୍ନିସିଆନ ଭାବେ ନିଯୁକ୍ତି ପାଇଥିବା ଅର୍ପିତ ସିଂହ ନାମକ ଜଣେ ବ୍ୟକ୍ତି ଏକାସାଙ୍ଗରେ ୬ଟି ଜିଲାରେ ସମାନ ପଦରେ କାର୍ଯ୍ୟ କରୁଥିବା ଏବଂ ସବୁ ସ୍ଥାନରୁ ମାସିକ ୬୯,୫୯୫ ଟଙ୍କା ବେତନ ପାଉଥିବା ଘଟଣା ସରକାରୀ ମହଲରେ ଆଲୋଡନ ସୃଷ୍ଟି କରିଛି। ନିକଟରେ ରାଜ୍ୟ ସରକାରଙ୍କ ମାନବ ସମ୍ପଦ ପୋର୍ଟାଲ ତରଫରୁ ଯାଞ୍ଚ କରାଯିବାପରେ ଏଭଳି ୬ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏମାନେ ଜାଲ ଆଧାରକାର୍ଡ ଏବଂ ନିଯୁକ୍ତି ପତ୍ରକୁ ଆଧାର କରି ବିଭିନ୍ନ ସ୍ଥାନରେ ଚାକିରି କରୁଥିଲେ। ଏ ବାବଦରେ ଅଭିଯୁକ୍ତମାନେ ରାଜକୋଷରୁ ୪.୫ କୋଟି ଟଙ୍କା ନେଇଯାଇଥିବା କୁହାଯାଇଛି।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଯୁକ୍ତମା​‌େ​‌ନ ଘରେ ତାଲା ପକାଇବା ସହ ମୋବାଇଲ ସୁଇଚ ଅଫ୍‌ କରି ଫେରାର ହୋଇଯାଇଛନ୍ତି। ୨୦୧୬ରେ ୟୁପି ସବଅର୍ଡିନେଟ ସର୍ଭିସେସ୍‌ ସିଲେକ୍‌ସନ କମିସନ ପକ୍ଷରୁ ଏକ୍ସ-ରେ ଟେକ୍ନିସିଆନ ପଦ ପାଇଁ ନିଯୁକ୍ତିି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବାବେଳେ ମୋଟ ୪୦୩ ଜଣଙ୍କୁ ମନୋନୀତ କରାଯାଇଥିଲା। ଆଗ୍ରା ନିବାସୀ ଅର୍ପିତ ସିଂହ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକାରେ ୮୦ତମ ସ୍ଥାନରେ ରହିଥିଲେ। ବର୍ତ୍ତମାନ ୬ଟି ଜିଲା (ବଳରାମପୁର, ଫାରୁକାବାଦ, ବାନ୍ଦା, ରାମପୁର, ଆମରୋହା ଓ ସାମ୍‌ଲି)ରେ ଆଉ ଛଅଜଣ ଅର୍ପିତ ସିଂହ ସମାନ ପଦରେ କାର୍ଯ୍ୟ କରୁଥିବା ଦୃଷ୍ଟିକୁ ଆସିଛି। ଅଖିଳେଶ ଯାଦବଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ୟୁପିରେ ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ତଦନ୍ତ ଦାୟିତ୍ବ ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ବ୍ରଜେଶ ପାଠକଙ୍କ ଉପରେ ନ୍ୟସ୍ତ କରିଥିବା ଜଣାପଡିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories