www.samajalive.in
Tuesday, December 9, 2025
16.1 C
Bhubaneswar

ଖୁବଶୀଘ୍ର ୧୦୦ କୋଟି ଛୁଇଁବ ‘ଟୋଟାଲ ଧମାଲ’

ମୁମ୍ବଇ : ଅନେକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ୨୨ ଫେବୃଆରୀରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଞ୍ଚ ଦିନରେ ୮୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ କରିଛି। ସେହିପରି ଷଷ୍ଠ ଦିନରେ ଚଳଚ୍ଚିତ୍ର ୧୦୦ କୋଟିର ଆହୁରି ନିକଟତର ହୋଇଛି। ସୂଚନା ଅନୁସାରେ, ଷଷ୍ଠ ଦିନରେ ଚଳଚ୍ଚିତ୍ର ପ୍ରାୟ ୭ କୋଟି ଟଙ୍କା ଆୟ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରେ ଏହାର ମୋଟ୍‍ ଆୟ ପ୍ରାୟ ୮୮ କୋଟି ରହିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶଙ୍କ କହିବା ଅନୁସାରେ, ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଚଳଚ୍ଚିତ୍ର ୯୨ କୋଟି ଟଙ୍କା ଆୟ କରିବାର ଆଶା କରାଯାଉଛି। ଏଥିସହିତ ଦ୍ୱିତୀୟ ସପ୍ତାହରେ ‘ଟୋଟାଲ ଧମାଲ’ ସହଜରେ ୧୦୦ କୋଟି ପାର କରିପାରିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଟୋଟାଲ ଧମାଲ’ ଧମାଲ ସିରିଜର ତୃତୀୟ ଚଳଚ୍ଚିତ୍ର। ଏଥିରେ ଅନୀଲ କପୁର, ଅଜୟ ଦେବଗନ୍‍, ମାଧୁରୀ ଦୀକ୍ଷିତ୍‍, ଅରଶଦ ୱାରସୀ, ଜାଭେଦ୍ ଜାଫରୀ, ରିତେଶ ଦେଶମୁଖ ଓ ଜନୀ ଲିଭର୍ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories