www.samajalive.in
Thursday, December 11, 2025
27.1 C
Bhubaneswar

ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ରାୟଗଡ଼ା: ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ। ଏହି ଅନାସ୍ଥା ପ୍ରସ୍ତାବ ପୌର ଅଧ୍ୟକ୍ଷଙ୍କ ସମେତ ୧୯ ଜଣ କାଉନସିଲର ଆଣିଛନ୍ତି। ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ବିଜେଡି ଦଳ ଛାଡିବା ପରେ ତାଙ୍କର ସମର୍ଥକମାନେ ଏହି ଅନାସ୍ଥା ଆଣିଥିବା ଚର୍ଚ୍ଚା ହେଉଛି। ଶୁକ୍ରବାର ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ବିଜେଡିର ୨୧ ଜଣଙ୍କ ମଧ୍ୟରୁ ୧୯ ଜଣ କାଉନସିଲର ଆଜି ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିକଟରେ ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଛନ୍ତି। ଜିଲାପାଳ ଏହାକୁ ଗ୍ରହଣ କରି ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିବା କାଉନସିଲର ସନ୍ତୋଷ ଦଳେଇ କହିଛନ୍ତି। ଏହି ଘଟଣା ପରେ ରାୟଗଡ଼ା ରାଜନୀତି ପୁଣି ସରଗରମ ହୋଇଛି। ଭାସ୍କରଙ୍କ ଗୋଷ୍ଠୀରେ ଉପାଧ୍ୟକ୍ଷା ନଥିବାରୁ ତାଙ୍କ ବିପକ୍ଷରେ ଏଭଳି ଅନାସ୍ଥା ଅଣାଯାଇଥିବା ଆଲୋଚନା ହେଉଛି। ଭାସ୍କର ବିଜେଡି ଛାଡିବା ପରେ ଉପାଧ୍ୟକ୍ଷା ଶ୍ରୀମତି ପଣ୍ଡା ବିଜେଡି ସଭାପତି ଜଗନ୍ନାଥ ସାରକା ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିବା ଘଟଣା ଭାସ୍କରଙ୍କ ଗୋଷ୍ଠୀ ହଜମ କରିପାରୁନି। ଯାହାକୁ ନେଇ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଜିଏସଟି ପ୍ରଭାବ ; ୧୮ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା ଏହି ୨ ଚକିଆ ସ୍କୁଟର-ବାଇକ୍‌

୧୫ ସେପ୍ଟେମ୍ବରରେ ବୁଧ ମହାଚଳନ ପରେ ରାଜଯୋଗ ; ଏହି ରାଶି ହଠାତ୍‌ ହେବେ ଧନୀ..

- Advertisement -

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories