www.samajalive.in
Friday, December 5, 2025
23.1 C
Bhubaneswar

ଗୁରୁବାର ରାଶିଫଳ: ଏହି ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। କୃଷକଙ୍କ ନେତୃତ୍ବ ନେଇ ଚଳିତ ଖରିଫ ଫସଲରୁ ଅଧିକ ଉତ୍ପାଦନ ପାଇଁ ବୈଷୟିକ ତାଲିମ ନେଇପାରନ୍ତି। ଯାନବାହନ ସୁଖ ମିଳିବ।

ବୃଷ: ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇ ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ଅନୁଜମାନଙ୍କ ଭକ୍ତିଭାଜନ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ନିର୍ଭରଶୀଳ ନ ହୋଇ ଏକାକୀ ବିଜୟୀ ହେବେ।

- Advertisement -

ମିଥୁନ: ଶ୍ରୀତ କମଳା ପାଦପଦ୍ମଧ୍ୟାୟୀ ବାଣିଜ୍ୟ କାରବାରରୁ ଧନ ଆହରଣ କରିବାରେ ପାରଙ୍ଗମ ହେବେ। ଆଚରଣରେ ଭଦ୍ରତା ଓ ଉଚ୍ଚାରଣରେ ମଧୁରତା ଯୋଗଁୁ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରନ୍ତି।

କର୍କଟ:  ଶ୍ରୀଚନ୍ଦ୍ର ଭୋଗ ହେତୁ ପୂର୍ବାହ୍ଣରେ ବିଭୁ ଆଶୀର୍ବାଦ ଓ ପ୍ରଭୁ ପ୍ରସାଦ ପାଇଥିବାବେଳେ ଅପହରାହ୍ଣରେ ପରିବାର ଓ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ନେହାଶିଷ ଦେଇପାରନ୍ତି। ଭୋଗ ଭିତରେ ତ୍ୟାଗକୁ ଗ୍ରହଣ କରିବେ।

ସିଂହ: ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି। ବାତ୍ସଲ୍ୟ ମମତାରେ ଉଦ୍‌ବୁଦ୍ଧ ହୋଇ ନିଜର ଆଶ୍ରିତ ଓ ଅନୁଗତମାନଙ୍କର ଜୀବନକୁ ମଧୁମୟ କରିପାରନ୍ତି। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ହେବେ।

କନ୍ୟା: ଆୟୁଷ୍ମାନ୍‌ ହେବେ। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। ଚେଷ୍ଟା ଫଳବତୀ ହେବ। ଧୀ’ଶକ୍ତିସମ୍ପନ୍ନ ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଠ ହେବେ।

ତୁଳା: ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୁଯୋଗ ଅଛି। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ମାନବବାଦର ଚେତନାକୁ ଉପସ୍ଥାପନ କରି ସମର୍ପିତ ଜୀବନଯାପନ କରିବେ। କର୍ମକ୍ଷେତ୍ରରୁ ଯଥାର୍ଥ ପାରିତୋଷିକ ପାଇବେ।

ବିଛା: ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ। ଭୋଗୀ ହେଲେ ବି ସେହି ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ମଧ୍ୟ ରହିଛି। ଅନ୍ୟମନସ୍କ ନ ହୋଇ ମନକୁ ସ୍ଥିର ରଖିଲେ ସବୁ ସାଧ୍ୟ ହେବ।

ଧନୁ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦକୁ ଏଡ଼ାଇ ଦେଇ ପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ପାପତାପ ପରିହାରକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ମକର: ଦିନଟି ଶିବମୟ ହୋଇପାରେ। ଧର୍ମ ଧ୍ବଜାଧାରୀର ଅଭିନୟ କରିପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ।

କୁମ୍ଭ: କର୍ମଚଞ୍ଚଳ ରହିବେ। ଅଧ୍ୟବସାୟରେ ମଗ୍ନ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ଲୋକଙ୍କ ପ୍ରଶଂସାଭାଜନ ହେବେ। ସୁସ୍ଥ ରହିବେ।

ମୀନ: ପାଇବାକୁ ଥିବା ଧନରେ ଭଣ୍ଡାର ସମ୍ପ୍ରସାରିତ କରିପାରନ୍ତି। ସ୍ବକାର୍ଯ୍ୟରେ ନିଷ୍ଠାପର ଓ ନିରବଚ୍ଛିନ୍ନ ଭାବେ ମନୋନିବେଶ କଲେ ଧନ ସହିତ ସମ୍ମାନ ଆପେ ଆପେ ଆସିଯିବ। ତେଜୀୟାନ ଓ ଜ୍ଞାନୀ ହେବେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories