www.samajalive.in
Tuesday, December 9, 2025
16.1 C
Bhubaneswar

ମସୁଦ ଅଜହରକୁ ବିଶ୍ଵ ଆତଙ୍କବାଦୀ ଓ କଳା ତାଲିକାଭୁକ୍ତ ଘୋଷଣା ପାଇଁ ୟୁଏନରେ ପ୍ରସ୍ତାବ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଆତଙ୍କବାଦ ବିରୋଧ ଯୁଦ୍ଧରେ ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ସାମିଲ ହୋଇଛନ୍ତି। ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବା ସହିତ କଳା ତାଲିକାଭୁକ୍ତ କରିବା ପାଇଁ ବୁଧବାର ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ପକ୍ଷରୁ ପୁଣି ଏହି ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ମସୁଦ ଅଜହରର ଅସ୍ତ୍ରଶସ୍ତ୍ର ଏବଂ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବା ସହ ତାର ସମ୍ପତ୍ତିକୁ ଜବତ କରିବା ପାଇଁ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସର ୧୫ ଜଣିଆ ସଦସ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପ୍ରତିବନ୍ଧ ସମିତିକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଉପସ୍ଥାପନ ହେବା ପରେ ଗତ ୧୦ ବର୍ଷ ମଧ୍ୟରେ ଚତୁର୍ଥ ଥର ଅଜହରକୁ ବିଶ୍ଵ ଆତଙ୍କବାଦୀ ଘୋଷିତ କରିବାକୁ ମିଳିତ ଜାତିସଂଘରେ ଦାବି ହୋଇଛି।

ମସୁଦ ଅଜହର ଉପରେ ପ୍ରତିବନ୍ଧକ ଲାଗିଲେ ଚୀନ ଏହାକୁ ଅଟକାଇବାକୁ ଚେଷ୍ଟା କରିବ, ଏହି ସମ୍ଭାବନାକୁ ମଧ୍ୟ ଏଡେଇ ଦିଆଯାଇ ପାରିବନାହିଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଚୀନ ନିଜର ଭିଟୋ କ୍ଷମତା ବଳରେ ମସୁଦ ବିରୋଧରେ ଅଣାଯାଇଥିବା ପ୍ରସ୍ତାବକୁ ପାରିତ ହେବାକୁ ଦେଇନାହିଁ । କିନ୍ତୁ ଏପର୍ଯ୍ୟନ୍ତ ଏହି ପ୍ରସ୍ତାବ ଉପରେ ଚୀନର କୌଣସି ବୟାନ ମିଳିନାହିଁ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories