www.samajalive.in
Wednesday, December 10, 2025
26.1 C
Bhubaneswar

ଆମେରିକାର ଆବୋଟାବାଦ ଅପରେସନ ଭଳି କାର୍ଯ୍ୟ ଆମେ ମଧ୍ୟ କରିପାରିବୁ : ଜେଟଲୀ

ନୂଆଦିଲ୍ଲୀ : ପାକିସ୍ତାନୀ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ଆରପଟୁ ଗୁଳିଗୋଳା ବିନିମୟ ଜାରି ରହିବା ସହିତ ସୀମା​​‌ରେ ଉତ୍ତେଜନା ଲାଗି ରହିଥିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଯଦି ଆମେରିକା ପାକିସ୍ତାନର ଆବୋଟାବାଦରେ ଓସାମା ବିନ ଲାଡେନକୁ ମାରିପାରେ ତେବେ ଆଜିର ଦିନରେ ଭାରତ ପକ୍ଷରେ ମଧ୍ୟ ସବୁକିଛି ସମ୍ଭବ । ପାକିସ୍ତାନୀ ଜେଟ୍ ନିୟନ୍ତ୍ରଣ ରେଖା ଅତିକ୍ରମ କରିବା ଏବଂ ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ଥିବା ସେନା ଘାଟି ନିକଟରେ ବୋମା ମାଡ କରିବା ପରେ ଶ୍ରୀ ଜେଟଲୀ ଏହା କହିଛନ୍ତି।
୨୦୧୧ ମେ ୨ ତାରିଖରେ ଆଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ଧରିବା ପାଇଁ ପାକିସ୍ତାନର ଆବୋଟାବାଦରେ ଆମେରିକା ନ୍ୟାଭି ସିଲ କମାଣ୍ଡୋ ଅପରେସନ ଚଳାଇଥିଲେ। ମାତ୍ର   କେଇ ଘଣ୍ଟାର ଅପରେସନରେ ଆମେରିକା ଲାଡେନକୁ ଧରିବା ସହ ଜୀବନରୁ ମାରି ଦେଇଥିଲା। ଶ୍ରୀ ଜେଟଲୀ କହିଛନ୍ତି, ଆମେ ମଧ୍ୟ ଏହା ଭାବିବା ଦରକାର ଯେ ଆମେ ଏହା କରିପାରିବୁ ?
ବୁଧବାର ପାକିସ୍ତାନର ଯୁଦ୍ଧ ବିମାନ ଭାରତୀୟ ସୀମାକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହାକୁ ପ୍ରତିରୋଧ କରିବାକୁ ଯାଇ ଭାରତର ଗୋଟିଏ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ପାଇଲଟ ନିଖୋଜ ଅଛନ୍ତି । ପାକିସ୍ତାନ ତାଙ୍କୁ ଧରି ଅଟକ ରଖିଥିବା କଥା ଦାବି କରିବା ପରିପ୍ରେକ୍ଷୀରେ ଶ୍ରୀ ଜେଟଲୀ ଏହା କହିଛନ୍ତି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories