www.samajalive.in
Friday, December 5, 2025
27.1 C
Bhubaneswar

୮ ବର୍ଷ ପରେ ହକି ଏସିଆ କପ୍ ଜିତିଲା ଭାରତ , କୋରିଆକୁ ୪-୧ରେ ହରାଇ ୨୦୨୬ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ

ରାଜଗୀରରେ ହୋଇଥିବା ହକି ଏସିଆକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଭାରତ କୋରିଆକୁ ୪-୧ ଗୋଲ୍‌ରେ ପରାସ୍ତ କରିଛି । ଦୀର୍ଘ ୮ ବର୍ଷର ଅପେକ୍ଷା ଅନ୍ତକରି ଏସିଆ କପ୍ ଟାଇଟଲ୍ ଜିତିଛି। ଏହାସହ ସହିତ ଭାରତ ୨୦୨୬ ବିଶ୍ୱକପ୍ ଦକି ପାଇଁ ଯୋଗ୍ୟତା ହାସଲ କରିଛି ।

ଏହି ମ୍ୟାଚରେ ଭାରତର ଦିଲପ୍ରୀତ ସିଂ ଦୁଇଟି ଗୋଲ୍ କରିଛନ୍ତି , ଖେଳର ପ୍ରଥମ ମିନିଟ୍‌ରେ ସୁଖଜୀତ ସିଂ ପ୍ରଥମ ଗୋଲ୍ କରି ଭାରତକୁ ଅଗ୍ରଣୀ କରିଥିଲେ । ଅମିତ ରୋହିଦାସ ଶେଷ କ୍ୱାର୍ଟରରେ ଶେଷ ଗୋଲ୍‌ କରିଥିଲେ। ଏହା ଭାରତର ଚତୁର୍ଥ ଏସିଆ କପ୍ ଟାଇଟଲ୍।

- Advertisement -

ଏହି ମ୍ୟାଚରେ ଭାରତୀୟ ଖେଳାଳୀମାନେ ଉତ୍ତମ ଖେଳର ପ୍ରଦର୍ଶନ କରିଥିଲେ । ହେଲେ କୋରିଆ ଖେଳରେ ବରାବର ଚାପ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲା ।

ଖେଳର ଆଠ ମିନିଟରେ ଦିଲପ୍ରୀତଙ୍କ ଚେଷ୍ଟାକୁ କୋରିଆର ଗୋଲକିପର କିମ୍ ନାକାମ କରିଥିଲେ । ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା, କିନ୍ତୁ କିମ୍ ଏହାକୁ ରୋକିବାରେ ସଫଳ ହୋଇଥିଲେ । ଜୁଗରାଜ୍‌ ତାଙ୍କର ପୂର୍ବ ମ୍ୟାଚମାନଙ୍କରେ ଦୁଇଟି ପେନାଲ୍ଟିରୁ ଗୋଲ୍ କରିଥିଲେ, କିନ୍ତୁ କୋରିଆର ଗୋଲକିପର ଦମଦାର ଫର୍ମରେ ଥିଲେ। ରିଭର୍ସ ଶଟ୍ ପାଇଁ ଜଣାଶୁଣା ଅଭିଷେକ, ୧୨ ମିନିଟରେ ଏକ ଗୋଲ ଦେବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ତାହା ସଫଳ ହୋଇ ନଥିଲା ।
କୋରିଆ ବେଶ୍‌ ଚାପ ସୃଷ୍ଟି କରିଥିଲା । ମାତ୍ର ଭାରତର ଗୋଲ ରୋକିବାର କୌଶଳ ବେଶ୍‌ ଭଲ ଥିଲା .

୨୦ତମ ମିନିଟରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥି , ରାଜିନ୍ଦର ବାମ ପଟୁ ଚମତ୍କାର ଖେଳ ଦେଖାଇଥିଲେ, ମାତ୍ର କୋରିଆର ରେଫାରାଲ୍ ଏହାକୁ ରୋକିବାରେ ସଫଳ ହୋଇଥିଲେ ।

ଭାରତର ୨୦୧୭ରେ ଶେଷ ଏସିଆ କପ୍‌ ହକି ଜିତିଥିଲା । ମାଲେସିଆକୁ ଫାଇନାଲରେ ହରାଇଏ ହି ଟାଇଟଲ୍ ଜିତିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜିତ ରହି ଦମଦାର ପ୍ରଦର୍ଶନ କରିଥିଲା ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories